ଓଡିଶା

ଗଦାଶିଳା ବିଟ୍ କାଶିଆଡିହି ଗ୍ରାମ ନିକଟ ଜଙ୍ଗଲ ରୁ ଦନ୍ତାର ଶରୀର ଉଦ୍ଧାର..

ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ବିଟ୍ କାଶିଆଡିହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଡି ରହିଛି ବିରାଟକାୟ ଦନ୍ତାହାତୀ ର ମୃତ ଦେହ । ୩/୪ ଦିନ ପୂର୍ବରୁ ହାତୀ ଟି ମରିଥିବା ଅନୁମାନ କରାଯାଉଛି । ଆଜି ସକାଳୁ କାଶିଆଡିହି ଗାଁର କିଛି ଲୋକ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଯାଉଥିବା ବେଳେ ହାତୀଟିର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ ।

ପରେ ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିଛନ୍ତି । ତେବେ, ଏତେ ଦିନ ହେବ ହାତୀଟି ମରି ପଡ଼ିଥିବା ବେଳେ ବନବିଭାଗ ଏ ସମ୍ପର୍କରେ ଖବର ନପାଇବା ବନବିଭାଗର ପାରିବାପଣିଆକୁ ପଦାରେ ପକାଇଛି ।

Related posts

ଆସନ୍ତାକାଲି ଭୋଟ ଗଣତି

mahabharatanews

ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

mahabharatanews

ଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତି

mahabharatanews