ଦେଶ ବିଦେଶ

ସ୍କୁଲରେ ପଶିଲେ: ପୂର୍ବତନ ପ୍ରେମିକାଙ୍କୁ  ଚଳାଇଲେ ଗୁଳି 

ହଠାତ୍ ସ୍କୁଲ ଭିତରେ ପଶି ଗଲେ  , ପିଲାଙ୍କ ସାମ୍ନାରେ  ନିଜ ପୂର୍ବତନ ପ୍ରେମିକାଙ୍କୁ ଘୋଷାଡ଼ି ଆଣି  ଚଳାଇଲେ ଗୁଳି ।  ଏହାପରେ ସମାନ ବନ୍ଧୁକରୁ ଯୁବକ ଜଣଙ୍କ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଲେ। ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରୁ ଏପରି ଘଟଣା ଘଟିଛି ।  ଯାହା ସମସ୍ତଙ୍କୁ କରିଛି ସ୍ତବ୍ଧ । ସୋମବାର ଦିନ ପ୍ରାୟ ୧୧.୩୦ରେ ସ୍କୁଲରେ ସବୁ କିଛି ସ୍ୱାଭାବିକ ଚାଲିଥାଏ।  ହଠାତ୍  ୨୬ ବର୍ଷୀୟ ନିଶାଦ ଫାତିମାଙ୍କୁ ର୍ପୂବତନ ପ୍ରେମିକ ମହମ୍ମଦ ସୌଦ ସ୍କୁଲ ରେ ପହଞ୍ଚିଥିଲେ  । ସ୍କୁଲରେ ପହଞ୍ଚିବା ପରେ ଫାତିମାଙ୍କୁ ତଳକୁ ଆସିବାକୁ କହିଥିଲେ। ସେ ତଳକୁ ଆସିବା ପରେ ସୌଦ ତାଙ୍କୁ ଉପର ମହଲାରେ ଥିବା କରିଡରକୁ ନେଇ ଯାଇଥିଲେ। ଫାତିମାଙ୍କୁ ଘୋଷାଡ଼ି ଘୋଷାଡ଼ି ଉପରକୁ ନେଉଥିବା ବେଳେ ସ୍କୁଲର କର୍ମଚାରୀମାନେ ମଧ୍ୟ ତାଙ୍କ ପଛରେ ଯାଇଥିଲେ। କିଛି ପିଲା ମଧ୍ୟ ଉପର ମହଲାରେ ରହିଥିଲେ। ସମସ୍ତଙ୍କ ସାମ୍ନାରେ ସେ ଫାତିମାଙ୍କ ସହ ଯୁକ୍ତିତର୍କ କରିବା ସହ ବ୍ୟାଗରୁ ବାହାର କରିଥିଲେ ପିସ୍ତଲ।

ଆଉ କେହି କିଛି ବୁଝିବା ଆଗରୁ ସିଧା ଫାତିମାଙ୍କ ମୁଣ୍ଡକୁ ଗୁଳି ମାରି ଦେଇଥିଲେ। ଫାତିମା ଟଳି ପଡ଼ିବାରୁ ସୌଦ ମଧ୍ୟ ନିଜକୁ ଗୁଳି କରିଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ.  ୨୬ ବର୍ଷୀୟ ନିଶାଦଙ୍କର ପ୍ରେମ ସମ୍ପର୍କ ମହମ୍ମଦ ସୌଦ ନାମକ ଜଣେ ଯୁବକଙ୍କ ସହ ରହିଥିଲା। କିନ୍ତୁ କିଛି ଦିନ ହେବେ ସେ ସୌଦଙ୍କ ସହ ବ୍ରେକଅପ କରି ଦେଇଥିଲେ। ହେଲା ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ ସୌଦ। ସିସିଟିଭିରେ ଦେଖିବାକୁ ମିଳୁଛି ଯେ ସୌଦ ଉପର ମହଲାକୁ ଫାତିମାକୁ ଟାଣିଟାଣି ନେଉଛନ୍ତି। ଛୋଟ ଛୋଟ ପିଲା ଏହାକୁ ଦେଖୁଥିବା ବେଳେ ଫାତିମା ଖସିବାକୁ ଚେଷ୍ଟା କରୁଛନ୍ତି। ହେଲେ ସୌଦ ତାଙ୍କୁ ଟାଣିଟାଣି ଉପରକୁ ନେଉଥିବା ସ୍ପଷ୍ଟ ଭାବେ ଦେଖାଯାଉଛି।

Related posts

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

mahabharatanews

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

mahabharatanews

୧୨ ବର୍ଷରୁ କମ୍ ଶିଶୁଙ୍କୁ ଆଇନଗତ ଇଚ୍ଛାମୃତ୍ୟୁ

mahabharatanews