(ମୁମ୍ବାଇ) : ଅଦା ଶର୍ମାଙ୍କ ଅଭିନୀତ ‘ଦ କେରଳ ଷ୍ଟୋରି’କୁ ନେଇ ବିବାଦ ଲାଗି ରହିଛି। ଅନେକ ରାଜନୈତିକ ଦଳ ଏହି ଫିଲ୍ମକୁ ବିରୋଧ କରୁଥିବା ବେଳେ ଫିଲ୍ମକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ଖୁବ ମିଳୁଛି । ଦେଶର ଅନେକ ସିନେମା ଘର ହାଉସଫୁଲ୍ ରହିଥିଲା । ତେବେ ଏହାରି ମଧ୍ୟରେ ଦଶମ ଦିନରେ ପହଞ୍ଚିଛି ।
‘ଦ କେରଳ ଷ୍ଟୋରି’ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହା ସହିତ ଏହାର ଆୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏଥି ସହିତ ଫିଲ୍ମ ରିଲିଜର ଦଶମ ଦିନର ଆୟ ମଧ୍ୟ ପ୍ରକାଶ ପାଇଛି ।