ଭାରତମନୋରଞ୍ଜନ

ସଲମାନଙ୍କ ପାଇଁ ନିଜ ନାମ ବଦଳାଇ ଦେଇଥିଲେ ଅଭିନେତ୍ରୀ କିଆରା ଆଡଭାନୀ

ମୁମ୍ବାଇ: କିଆରା ଆଡଭାନୀ ୩୧ ଜୁଲାଇ ଅର୍ଥାତ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। କିଆରା ଆଡଭାନୀ କେବଳ କିଲର ସ୍ମାଇଲ୍ ପାଇଁ ନୁହେଁ ବରଂ ତାଙ୍କର ସୁନ୍ଦର ଅଭିନୟ ଚୁଲବୁଲି କଥା ପାଇଁ ବେଶ ଜଣାଶୁଣା। ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ବହୁତ ପ୍ରଶଂସକ ଅଛନ୍ତି। କିଆରାର ପ୍ରକୃତ ନାମ ହେଉଛି ଆଲିଆ ଆଡଭାନୀ।ଅଭିନେତ୍ରୀ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ତାଙ୍କ ନାମ କିଆରା ବଦଳାଇ ଦେଇଥିଲେ। ଏକ ସାକ୍ଷାତକାରରେ କିଆରା କହିଥିଲେ ଯେ ସଲମାନ ଖାନଙ୍କ ନିର୍ଦ୍ଦେଶରେ ସେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି।କାରଣ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିରେ ଜଣେ ଅଛନ୍ତି ।

ଯିଏ ବହୁତ ନାମ ଅର୍ଜନ କରି କରି ଏକ ସ୍ଥାନ ସୃଷ୍ଟି କରିଛନ୍ତି । ଏଥିପାଇଁ ସେ ଆଲିଆରୁ କିଆରା କରିଥିଲେ। କିଆରା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍। କିଛି ନା କିଛି ଫଟୋ ଏବଂ ଭିଡିଓ ସେୟାର କରନ୍ତି। ଇନଷ୍ଟାଗ୍ରାମରେ କିଆରାଙ୍କର ୨୪.୫ ମିଲିୟନ ଫଲୋର୍ସ ଅଛନ୍ତି। କିଆରା ଆଡଭାନୀ ବେଳେବେଳେ ତାଙ୍କ କିଲର ସ୍ମାଇଲ୍ ସହ ସୁପର ବୋଲ୍ଡ ଷ୍ଟାଇଲ୍ ପାଇଁ ପ୍ରଶଂସକଙ୍କ ହୃଦୟ ଚୋରି କରନ୍ତି । ୨୦୧୪ ରେ କିଆରା ପ୍ରଥମେ ‘ଫଗୁଲି’ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ।କିଆରା ଆଡଭାନୀ ୨୦୧୬ ମସିହାରେ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ରୁ ଅଫର ପାଇଥିଲେ।

ଏହି ଚଳଚ୍ଚିତ୍ରରେ କିଆରା ଏମ୍ଏସ ଧୋନିଙ୍କ ପତ୍ନୀ ସାକ୍ସି ଧୋନି ଭୂମିକାରେ ଅଭିନୟ କରିଥିଲେ। କବୀର ସିଂ ଅଭିନେତ୍ରୀଙ୍କ କ୍ୟାରିୟରର ସବୁଠାରୁ ବଡ ଫିଲ୍ମ ବୋଲି ପ୍ରମାଣ କରିଥିଲେ। କିଆରା ଆଡଭାନୀ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଅଭିନୟରେ କ୍ୟାରିୟର କରିବା ପୂର୍ବରୁ ପ୍ଲେ ସ୍କୁଲରେ କାମ କରୁଥିଲେ ଜ୍ଝ ଏହି ସମୟରେ ସେ ପିଲାମାନଙ୍କର ଯତ୍ନ ନେଉଥିଲେ ଏବଂ ଡାଏପର ମଧ୍ୟ ପରିବର୍ତ୍ତନ କରିଦେଉଥିଲେ ।

ବର୍ତ୍ତମନ କିଆରା ଆଡଭାନୀ ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ହୋଇପାରିଛନ୍ତି। କିଆରା ଆଡଭାନୀ ତାଙ୍କ ପ୍ରୋଫେସନାଲ ଅପେକ୍ଷା ପର୍ସନାଲ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ତାଙ୍କ ନାମ ସିଦ୍ଧାର୍ଥଙ୍କ ସହ ଯୋଡା ଯାଇଛି । କୁହାଯାଉଛି କି କିଆରା ତାଙ୍କ ଜନ୍ମଦିନ ପାଇଁ ସିଦ୍ଧାର୍ଥଙ୍କ ସହ ଦୁବାଇରେ ଅଛନ୍ତି, ଯଦିଓ ଉଭୟେ ଏହି ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହି ନାହାଁନ୍ତି କିନ୍ତୁ ଦୁହିଁଙ୍କ କେମେଷ୍ଟ୍ରି ବହୁତ କିଛି କହୁଛି ।

Related posts

ଗର୍ଭବତୀ ଘଟଣାରେ ଜାତୀୟ ମାନବାଧିକାରର ତଦନ୍ତ

mahabharatanews

 ପରଲୋକରେ ‘ବୀରବଲ’ ସତୀନ୍ଦର୍‌ କୁମାର ଖୋସ୍‌ଲା

mahabharatanews

ଏୟାର ଇଣ୍ତିଆ କର୍ମଚାରୀଙ୍କୁ ନୂଆ ରୂପ ଦେବେ ମନୀଷ ମଲହୋତ୍ରା

mahabharatanews