ଓଡିଶା

ବଢୁଛି ଶୀତ ; ଉଦୟଗିରିରେ ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ 

(ଭୁବନେଶ୍ୱର) : ରାଜ୍ୟର ଶୀତ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାଜ୍ୟର ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଛି। ଏହାପଛକୁ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରି, କୋରାପୁଟରେ ୧୩.୨, ଫୁଲବାଣୀରେ ୧୩.୫, କିରେଇରେ ୧୪.୮, ଭବାନୀପାଟଣାରେ ୧୫.୫, ଅନୁଗୁଳରେ ୧୬ ଓ କେନ୍ଦୁଝରରେ ୧୬.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ତେବେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

ସୂଚନାନୁଯାୟୀ , ବଙ୍ଗୋପସାଗରରୁ ପୂର୍ବାଳୀ ତରଙ୍ଗ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୧ରୁ ୩ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାରେ ୧ ତାରିଖ ଦିନ ହାଲୁକା ବର୍ଷା ହୋଇପାରେ। ସେହିପରି ୨ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୩ ତାରିଖ ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାର କେତେକାଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହୁଛି। ଫଳରେ ରାଜ୍ୟରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଉଛି।

Related posts

ଯୁବଶିଳ୍ପୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

mahabharatanews

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ

mahabharatanews

ସାପ କାମୁଡ଼ାରେ ସାପ ଧରାଳି ମୃତ

mahabharatanews