ଓଡିଶା

କାର୍ତିକ ମାସରେ ଅଦା ମହଙ୍ଗା 

(କୋରାପୁଟ) : କାର୍ତିକ ମାସ ପାଇଁ ପାରିବ ସଙ୍ଗେ ବଢ଼ିବାରେ ଲାଗିଛି ଅଦା ଦର ।  ତେବେ କୋରାପୁଟ ଜିଲ୍ଲାରେ ଅଦା ଅମଳ ଶେଷ ହୋଇନି। ଏପଟେ ବଜାରରୁ କିଲୋ ପିଛା ଦର ୨୯୦ଟଙ୍କା ରହିଛି। ଆଗକୁ ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଧର୍ମମାସ କାର୍ତ୍ତିକ ଆରମ୍ଭରୁ ଅଦା ଦର ୩ଶହ ଟଙ୍କା ପାଖାପାଖି ରହିଥିବା ବେଳେ ପଞ୍ଚୁକ ବେଳକୁ ଦର ୩ଶହ ଟଙ୍କା ଟପି ସାରିଥିବା ବୋଲି କୁହାଯାଉଛି।

ସୂଚନାନୁଯାୟୀ , ଏବେ ବଜାରରେ ଗତ ଖରିଫ ଋତୁର ବଳକା ଅଦା ମହଜୁଦ ରହିଛି। ଯାହା ଆଉ କିଛି ଦିନ କିମ୍ବା ଆସନ୍ତା ମାସ ବେଳକୁ ଶେଷ ହୋଇଯିବ। ସେହିପରି ଆଗକୁ ଅମଳ ହେବାକୁ ଥିବା ଅଦା ଉପରେ ପଡ଼ୋଶୀ ରାଜ୍ୟର ବେପାରୀ ଆଖି ରଖିଛନ୍ତି। ଗାଁ ଗାଁ ବୁଲି ଅଦା ଚାଷୀଙ୍କ ସହ ମୂଲଚାଲ ଆରମ୍ଭ କରିସାରିଲେଣି। ଯଦି ବାହାର ବ୍ୟବସାୟୀଙ୍କ କଥାରେ ଚାଷୀ ରାଜି ହୋଇଯିବେ ତେବେ ଚାଷୀ ଉଚିତ ମୂଲ୍ୟ ପାଇବେ ନାହିଁ କିନ୍ତୁ ଖାଉଟିଙ୍କୁ ଦର ବାଧିବା ନିଶ୍ଚିତ।

Related posts

ଆଜି ଶ୍ରୀଜିଉଙ୍କ ବନକ ଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

mahabharatanews

ବାଇକ ଲୁନା ମୁହାଁମୁହିଁ ଧକ୍କା

mahabharatanews

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews