Uncategorized

ଫଲ୍ସ ନେଗେଟିଭ ସୁପର ସ୍ପ୍ରେଡର କାରଣ

ନୂଆଦିଲ୍ଲୀ: ଭାରତ ସରକାର ଦେଶରେ କରୋନା ମୁକାବିଲା ପାଇଁ ଅର୍ଥନୀତିକୁ ବାଜି ଲଗାଇ ଦେଇଛି । ଦେଶରେ ଲକଡାଉନ ଜାଣି କରାଯାଇଛି । କରୋନା ଲକ୍ଷଣ ଦେଖାଦେଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ତେବେ କେତେକଙ୍କ କ୍ଷେତ୍ରରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଉ ନାହିଁ ଓ ଏହିମାନେ ହିଁ ବର୍ତ୍ତମାନ ସ୍ଥିତିରେ ଚିନ୍ତାର ବିଷୟକ ପାଲଟିଛନ୍ତି । ଏପରି ବ୍ୟକ୍ତିଙ୍କୁ ଫଲ୍ସ୍ ନେଗେଟିଭ୍ କୁହାଯାଉଛି । ଭାରତର କରୋନା ଲଢ଼େଇରେ ଫଲ୍ସ୍ ନେଗେଟିଭ୍ ବ୍ୟକ୍ତି ସମସ୍ୟା ସୃଷ୍ଟି କରୁଥିବା କୁହାଯାଉଛି । ଫଲ୍ସ୍ ନେଗେଟିଭଙ୍କ ଯୋଗୁ ସାରା ପୃଥିବୀରେ ମଧ୍ୟ ସମସ୍ୟା ଦେଖାଦେଉଛି । ଏଭଳି ବ୍ୟକ୍ତିଙ୍କ ପ୍ରାରମ୍ଭିକ ଯାଞ୍ଚ୍ ରିପୋର୍ଟ ନେଗେଟିଭ୍ ଆସିଥାଏ । ଫଳରେ ସେମାନଙ୍କୁ କ୍ୱାରାଣ୍ଟାଇନ ଅବା ଆଇସୋଲେଶନରୁ ବାଦ ଦିଆଯାଇ ଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ବ୍ୟକ୍ତିମାନେ ସୁପର ସ୍ପ୍ରେଡର ହୋଇଥାନ୍ତି । କରୋନା ଭୂତାଣୁ ଅଳ୍ପ କିଛି ମାସ ଧରି ସଂକ୍ରମଣ ଜାରି ରଖିଥିବାରୁ ଏହା ଭିନ୍ନ ଭିନ୍ନ ପରିବେଶରେ କିଭଳି ଆଚରଣ କରୁଛି ସେନେଇ ଶତପ୍ରତିଶତ ଭାବେ ନିଶ୍ଚିତ ହୋଇ କୌଣସି ମତାମତ ଦିଆଯାଇ ପାରୁ ନ ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । କିଛିଦିନ ତଳେ ମୁମ୍ବାଇରେ ଜଣେ ଡାକ୍ତରଙ୍କୁ କାଶ ହୋଇଥିଲା । ଏହାପରେ ଜ୍ୱର ମଧ୍ୟ ଆସିଥିଲା । ସେ କାଳ ବିଳମ୍ବ ନ କରି ତାଙ୍କ ନମୁନା ପରୀକ୍ଷା କରାଇଥିଲେ । ପରୀକ୍ଷା ରିପୋର୍ଟ ସେତେବେଳୋ ନେଗେଟିଭ୍ ଆସିଥିଲା । ନେଗେଟିଭ ରିପୋର୍ଟ ପାଇ ଡାକ୍ତର ଆଶ୍ୱସ୍ତ ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଡାକ୍ତରଙ୍କୁ କରୋନା ପଜିଟିଭ୍ ଭାବେ ଚିହ୍ନଟ କରାଯାଇଥିଲା । ଏହି ସମୟ ମଧ୍ୟରେ ଡାକ୍ତର ବିଭିନ୍ନ ଲୋକଙ୍କ ସହିତ ମିଳାମିଶା କରିଥିଲେ । ନିଜ ଅଜାଣତରେ ଡାକ୍ତର ଜଣେ ସୁପର ସ୍ପ୍ରେଡର ସାଜିଥିଲେ । ଏହାକୁ ଦୃଷ୍ଟିରେ ରଖି କରୋନା ଭୂତାଣୁ ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଉଛି । ଅ ।ଗାମୀ ଦିନରେ ଏଭଳି ସମସ୍ୟାର ମୁକାବିଲା କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ।

Related posts

ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ଡିନ ନିଯୁକ୍ତ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

କରୋନା ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଇଥିଲା ଚୀନ ସରକାର

mahabharatanews