Uncategorized

ବାରିକେଡ ଭାଙ୍ଗିଲେ ଟ୍ରାକ୍ଟର ରାଲିରେ ସାମିଲ କୃଷକ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ସହ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅଙ୍ଗୀକାର ବଦ୍ଧ କୃଷକ ସିଙ୍ଘୁ ସୀମାରେ ପୁଲିସ ବାରିକେଡ ଭାଙ୍ଗିବାରୁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଗଣତନ୍ତ୍ର ଦିବସରେ କେନ୍ଦ୍ରର ତିନି ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନେ ଟ୍ରାକ୍ଟର ରାଲି ବାହାର କରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ରାଲି ସମୟରେ କୃଷକମାନେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ମଧ୍ୟ ଭୁଲି ନାହାନ୍ତି । ଦିଲ୍ଲୀ ସୀମାରେ ୬୦ ହଜାରରୁ ଅଧିକ ଟ୍ରାକ୍ଟର ଓ ଲକ୍ଷାଧିକ କୃଷକ ଠୁଳ ହୋଇଛନ୍ତ । ଦିଲ୍ଲୀ ଭିତରକୁ ପ୍ରବେସ କରିବାକୁ ସିଙ୍ଘୁ ଓ ଟିକ୍ରି ସୀମାରେ ଆନ୍ଦୋଳନକାରୀ କୃଷକମାନେ ପୋଲିସ ବାରିକେଡ୍‌କୁ ଭାଙ୍ଗି ଦେଇଛନ୍ତି। ଫଳରେ କେଏମପି-କେଜିପି ରାସ୍ତାରେ ପ୍ରାୟ ୨୫ରୁ ୩୦ କିମି ଯାଏଁ ଟ୍ରାଫିକ ସମସ୍ୟା ଉପୁଜିଛି । ଶତାଧିକ ଗାଡିମଟର ଅଟକି ରହିଛି।
ସେପଟେ ଟ୍ରାକ୍ଟର ରାଲିକୁ ଦେଖି ଗାଜିଆବାଦ ପୁଲିସ ଟ୍ରାଫିକ ଆଡଭାଇଜରୀ ଜାରି କରିଛି। ଦିଲ୍ଲୀ, ଆନନ୍ଦ ବିହାର ମାହାରାଜପୁର ସୀମାପୁରୀ, ସୂର୍ୟ୍ୟ ନଗର ଆଦି ସମସ୍ତ ଲିଙ୍କ ରୋଡକୁ ବନ୍ଦ କରାଯାଇଛି। ପୁରା ସୀମା ସିଲ କରାଯାଇଛି। ଯେଉଁମାନେ ଦିଲ୍ଲୀ ଯିବେ ସେମାନେ ସେକ୍ଟର-୬୨ ଦେଇ ପ୍ରଥମେ ନଏଡା ବା ଭୋପୁରା ହୋଇ ଦିଲ୍ଲୀରେ ପ୍ରବେଶ କରିବେ। ଦିଲ୍ଲୀ ଯିବାକୁ ଥିବା ଅନ୍ୟ ସମସ୍ତ ରୁଟକୁ ବନ୍ଦ କରି ଦିଆଯାଇଛି।
ଗତକାଲି ଦିଲ୍ଲୀ ପୁଲିସ ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପରେ ଟ୍ରାକ୍ଟର ରାଲିକୁ ୩୭ଟି ସର୍ତ୍ତରେ ଦିଲ୍ଲୀ ପୁଲିସ ଅନୁମତି ଦେଇଥିଲା । ରାଲିରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଏବଂ ଅସ୍ତ୍ରଶସ୍ତ୍ରକୁ ନିଷେଧ କରାଯାଇଥିଲା । ଏପରିକି ଦିନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ମିଳିଥିଲା ।

 

Related posts

୨୪ ଘଣ୍ଟାରେ  ଦେଶରେ  ୯,୯୮୩ କରୋନା ଚିହ୍ନଟ

mahabharatanews

ଛାତ୍ରୀଙ୍କୁ ଉଲଗ୍ନ ଘଟଣା: ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews

ଆତଙ୍କୀ ଫଣ୍ଡିଂ ମାମଲାରେ ହାଫିଜ ସଇଦକୁ ଜେଲ ଦଣ୍ଡାଦେଶ

mahabharatanews