(ମୁମ୍ବାଇ) : ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘ଫାଇଟର୍’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସିନେମାର ଯବରଦସ୍ତ ଆକ୍ସନ ଫ୍ୟାନ୍ସଙ୍କୁ ମତୁଆଲା କରୁଛି । ଟ୍ରେଲର ରିଜିଲ୍ ହେବା ପରେ ଲୋକେ ଏହି ଚଳଚ୍ଚିତ୍ରର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।
ସୂଚନାନୁଯାୟୀ, ଏପରିସ୍ଥିତିରେ ପ୍ରଥମ ଦିନରେ ଏହି ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟ ବାହାରେ ଜବରଦସ୍ତ ଭିଡ଼ ଦେଖିବା ପାଇଁ ମିଳୁଛି, ଏପରିକି ସିନେମାର ଆଡଭାନ୍ସ ବୁକିଂ ମଧ୍ୟ କରାଯାଇଛି । ହ୍ରିତିକ ରୋଶନ, ଦୀପିକା ପାଦୁକୋଣ ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ପ୍ରଶଂସା ସାଉଁଟୁଛନ୍ତି । ଅନ୍ୟପଟେ ‘ଫାଇଟର୍’ର ପ୍ରଥମ ସମୀକ୍ଷା ବାଣିଜ୍ୟ ବିଶେଷଜ୍ଞ ତରଣ ଆଦର୍ଶ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ତରନ ଆଦର୍ଶ ଫିଲ୍ମ ‘ଫାଇଟର୍’କୁ ୪ରେଟିଂ ଦେଇଛନ୍ତି । ସେହିପରି ଅନିଲ କପୁରଙ୍କ ଅଭିନୟର ପ୍ରଶଂସା କରି ସେ ଲେଖିଛନ୍ତି ସବୁ ଥର ଏପରି ଏଥର ମଧ୍ୟ ସେ ପରଫେକ୍ଟ । ଫିଲ୍ମ ‘ଫାଇଟର୍’ ୨ଘଣ୍ଟା ୪୬ମିନିଟର ସିନେମା । ଏହି ସିନେମାକୁ U / A ସାର୍ଟିଫିକେଟ୍ ମିଳିଛି । ଫିଲ୍ମଟି ବକ୍ସ ଅଫିସରେ ଏକ ଭଲ ଓପନିଂ କରିବ ବୋଲି ଆଶା କରାଯାଉଛି ।
