ଭାରତ

ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା

(ଦିଲ୍ଲୀ) : ଆଜି ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗିଛି | ପାଣିପାଗ ବିଭାଗର ସୂଚନା ମୁତାବକ ଦିଲ୍ଲୀର ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି | ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ମଙ୍ଗେଶପୁରରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୂଚନାନୁଯାୟୀ , ବୁଧବାର ଅପରାହ୍ନ ୨ଟା ୩୦ ସମୟରେ ମଙ୍ଗେଶପୁରରେ ୫୨ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ବାସ୍ତବରେ ଗତକାଲି ମଧ୍ୟ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା | ଗତକାଲି ଦିଲ୍ଲୀର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଏହାସହିତ ଦିଲ୍ଲୀବାସୀଙ୍କ ପାଇଁ ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି | ନୂଆ ନିୟମ ମୁତାବକ ଦିଲ୍ଲୀରେ ପାଣି ନଷ୍ଟ ପାଇଁ ୨୦୦୦ ଟଙ୍କା ମୂଲ୍ୟର ଚାଲାଣ କଟାଯିବ | ଯଦି କେହି ପାଇପ୍ ସାହାଯ୍ୟରେ କାର୍ ଧୋଉଥିବାର ଦେଖାଯାଏ କିମ୍ବା ଯଦି କାହାର ଘରେ ପାଣି ଟାଙ୍କି ଓଭର ଫ୍ଲୋ ହେଉଥିବାର ଦେଖିବାକୁ ମିଳେ, ତେବେ ତାଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବ | ଗୁରୁବାର ଠାରୁ ଦିଲ୍ଲୀ ଜଳ ବୋର୍ଡର ୨୦୦ଟି ଦଳ ଏହି କାର୍ଯ୍ୟରେ ନିୟୋଜିତ ହେବେ।

Related posts

ଆସନ୍ତାକାଲି ‘ଜି୨୦’ବୈଠକ: ବାଦ ପଡିବ ଚୀନ

mahabharatanews

CAA ଲାଗୁ: ଦିଲ୍ଲୀରେ ହାଇ ଆଲର୍ଟ ଜାରି 

mahabharatanews

ୱାୟାନାଡରେ ରାହୁଲଙ୍କ ରୋଡ୍ ସୋ

mahabharatanews