ଓଡିଶା

ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ 

(ଭୁବନେଶ୍ୱର) : କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଥିବା ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ । ସକାଳୁ ସକାଳୁ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟାଡିୟମ ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନରେ ନିଆଁ ଲାଗିବା ଫଲର ୧୧ ଟି ଦୋକାନ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡ ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଭୋର୍‌ ପ୍ରାୟ ୫ ଟା ବେଳେ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ପୋଡ଼ି ଯାଇଥିବା ଦୋକାନରେ ପୂଜା ସାମଗ୍ରୀ ଓ ସାଇକେଲ୍‌ ଟାୟାର୍‌ ଆଦି ଥିଲା ।

Related posts

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

mahabharatanews

ଦିବ୍ୟାଙ୍ଗଙ୍କ ସହ ଜିରୋ ନାଇଟ ପାଳନ କଲା ୟୁନିକ ପ୍ରେସ କ୍ଲବ

mahabharatanews