ଓଡିଶା

ସ୍ୱାମୀର ଚାଲିଥିଲା ଶ୍ରାଦ୍ଧବାର୍ଷିକ ! ସ୍ତ୍ରୀର ଚାଲିଗଲା ଜୀବନ

(ବାରିପଦା) ; ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକ ଦିନ ସ୍ତ୍ରୀର ଚାଲିଗଲା ଜୀବନ । ଏମିତି ଏକ ଦଃୁଖଦ ଖବର ଆସିଛି ମୟୁରଭଞ ଜିଲ୍ଲା ବୈଶିଙ୍ଗା ତାନା ଅଞ୍ଚଳରେ । ସୂଚନାରୁ ପ୍ରକାଶ ଯେ ଗତବର୍ଷ ଅମ୍ବଗଡିଆ ଗାଁର ଚନ୍ଦ୍ରଶେଖର ରାହୁଳଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି ତାଙ୍କର ଚାଲିଥିଲା ଶାଦ୍ଧବାର୍ଷିକ । ସମସ୍ତେ ପୂଜା ପାଇଁ ବ୍ୟସ୍ତ ଥିଲେ । ପତ୍ନୀ ଶକୁନ୍ତଳା ମଧ୍ୟ ପୂଜା ପାଇଁ ସରଞାମ ଯୋଗାଉଥିବା ବେଳେ ଘରେ ଥିବା ଏକ ସାଇକେଲ୍କୁ ସେ ଛୁଇଁ ଦେଇଥିଲେ। ପୂର୍ବରୁ ସେହି ସାଇକେଲ୍ଟି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ତେଣୁ ଚେତା ହରାଇ ପଡ଼ି ଯାଇଥିଲେ।ଶକୁନ୍ତଳାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୈଶିଙ୍ଗା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବେତନଟୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ।

 

Related posts

ବାଇକରୁ ପଡି ଯୁବକଙ୍କର ମୃତ୍ୟୁ

mahabharatanews

ବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

mahabharatanews

78ତମ ଏନ.ସି.ସି ଦିବସ ପାଳନ

mahabharatanews