ମନୋରଞ୍ଜନ

“ପରିବାର ଚାପରେ ରହିଛି”: ଅରବାଜ୍ ଖାନ୍

ଆକ୍ରମଣ ହେବା ପରଠାରୁ ଖାନ୍ ପରିବ‌ାରର ଅବସ୍ଥା କିଭଳି ରହିଛି, ତାହା ଜଣାଇଛନ୍ତି ଅରବାଜ୍ ଖାନ୍। ଇନଷ୍ଟାଗ୍ରାମରେ ପୋଷ୍ଟ କରି ‌ତାଙ୍କ ପରିବାର କିଭଳି ଚାପରେ ରହିଛି, ତାହା ଅରବାଜ ଜଣାଇଛନ୍ତି। ପୁଲିସ ଏବେ ଯାଞ୍ଚ କରୁଛି ଏବଂ ଆମର ସୁରକ୍ଷା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛି।”

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, “ନିକଟରେ ଦୁଇଜଣ ଅଜ୍ଞାତ ମୋଟରସାଇକେଲ ଆରୋହୀ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ। ଏଥିପାଇଁ ପୂରା ସଲିମ ଖାନଙ୍କ ପରିବାର ଚକିତ ଓ ବିବ୍ରତ ହୋଇଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆମ ପରିବାର ଉପରେ ଗଭୀର ପ୍ରଭାବ ପକାଇଛି। ଅନେକ ଲୋକ ଆମ ପରିବାରର ନିକଟତର ଏବଂ ମୁଖପାତ୍ର ବୋଲି ଦାବି କରି ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ। ଏସବୁ ସତ ନୁହେଁ।

Related posts

ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଯୋଡି ତମନ୍ନା ଭାଟିଆ ଏବଂ ବିଜୟ ବର୍ମା

mahabharatanews

 ଓଟିଟିରେ ଫିଲ୍ମ ‘ସୈତାନ’

mahabharatanews

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews