ଓଡିଶା

ଆଜି ୨ଟାରୁ ରଥଟଣା 

 ପ୍ରବଳ ଗୁଳୁଗୁଳି ବି ଭକ୍ତଙ୍କୁ ଅଟକାଇ ପାରି ନଥିଲା। ରାଜଦାଣ୍ଡରେ ଅଗଣିତ ଶ୍ରଦ୍ଧାଳୁଙ୍କ କଣ୍ଠରୁ ଭାସି ଆସୁଥିଲା ଶ୍ରୀଲିଙ୍ଗରାଜଙ୍କ ଜୟଗାନ। ରଥାରୂଢ଼ ଦିଅଁଙ୍କୁ ଦେଖି ଖୁସିରେ ନାଚି ଉଠିଥିଲେ ଭକ୍ତ। ଘଣ୍ଟ, ଘଣ୍ଟା, ଢୋଲ, ମର୍ଦ୍ଦଳ, ତୂରୀ, ମହୁରୀ ଶବ୍ଦର କୋଳାହଳ ସାଙ୍ଗକୁ ଡାକୁକଙ୍କ ବୋଲି ପରେ ବିଳମ୍ବରେ ରାମେଶ୍ବର ଅଭିମୁଖେ ଆଜି ଗଡ଼ିଥିଲା ରୁକୁଣା ରଥ।

ସୂଚନାନୁଯାୟୀ , ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ‌ହର୍ଷୋଲ୍ଲାସ ସହିତ ଟାଣି ନେଇଥିଲେ। ହେଲେ ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ରଥର ଡାହାଣପାଖ ଚକ ଦବି ଯିବାରୁ ପାପନାଶିନୀ ଛକ ନିକଟ ମୈତ୍ରେଶ୍ବର ମନ୍ଦିର ନିକଟରେ ଅଧାରାସ୍ତାରେ ଅଟକି ଯାଇଥିଲା ରଥ। ବୁଧବାର ଦିନ ୨ଟା ପରେ ପୁଣି ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରାପୂଜା ଏବଂ ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଥିଲା।

Related posts

ଭାରତ ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଟ୍ରେନ ଅଟକାଇ ସଂଗଠନଗୁଡିକର ବିକ୍ଷୋଭ

mahabharatanews

ରବିବାର ସମ୍ବଲପୁର ଜିଲ୍ଲା ସଟଡାଉନ ଘୋଷଣା

mahabharatanews

ଆଜିଠୁ ରାଜଧାନୀରେ ଖୋଲିଲା ପାର୍କ

mahabharatanews