ଓଡିଶା

ଘରେ ନିଆଁ ଲାଗି ସହକାରୀ ବନଅଧିକାରୀ ଗୁରୁତର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ମହାପାତ୍ର ପୋଡି ଯାଇଛନ୍ତି । ତାଙ୍କ ଶରୀରର ୮୦ପ୍ରତିଶତ ପୋଡିଯାଇଛି। ତାଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କିପରି ଘରେ ନିଆଁ ଲାଗିଲା ତାହା ଜଣାପଡିନଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
ସୌମ୍ୟରଞ୍ଜନ ୬ ମାସ ପୂର୍ବେ ବିବାହ କରିଥିଲେ । ସେ ଓ ତାଙ୍କ ନବବିବାହିତା ସ୍ତ୍ରୀ ପାରଳାଖେମୁଣ୍ଡି ସରକାରୀ ବାସଭବନରେ ରହିଆସୁଥିଲେ । ଗତକାଲି ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଚିକ୍ରାର ଶୁଣି ପାଖ ପଡିସା ସେଠାରେ ପହଞ୍ଚି ମହାପାତ୍ରଙ୍କ ଦେହରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ଲୋକେ ନିଆଁ ଲିଭାଇବା ସହ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପରେ କଟକ ବଡ଼ ମେଡିକାଲ ପଠାଯାଇଛି। ଖବର ପାଇ ଜିଲ୍ଲା ବନ ଖଣ୍ଡ ଅଧିକାରୀ, ସ୍ଥାନୀୟ ତହସିଲଦାର, ପୁଲିସ୍, ଏସଡ଼ିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ୍ କର୍ମଚାରୀ ମେଡିକାଲରେ ପଞ୍ଚିଥିଲେ। ପୁଲିସ୍ ଘଣଟାକୁ ନେଇ ତଦନ୍ତ ଅ।।ରମ୍ଭ କରିଛି ।

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ 

mahabharatanews

ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ, ରାସ୍ତାରେ ୫ଫୁଟର ପାଣି

mahabharatanews