ଓଡିଶା

ଆଜି ଅକ୍ଷୟ ତୃତୀୟା; ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାର୍ଯ୍ୟ

(ଭୁବନେଶ୍ଵର) :  ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କର ପୂର୍ଚ୍ଚନା କଲେ ଶୁଭ ଫଳ ସହ ଧନ ଲାଭ ହୋଇଥାଏ । ଏହି ଦିନକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଇଥାଏ । ହେଲେ ଆପଣ ଜାଣିଛନ୍ତି କି ଏହି ଦିନ କିଛି ଏପରି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଅପାଙ୍କର ଉନ୍ନତି ହୋଇଥାଏ  ।

୧. ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଉଚିତ । ବ୍ରହ୍ମ ମୂହୁର୍ତ୍ତରେ ଶେଯତ୍ୟାଗ କରି ସ୍ନାନ କରି ଘରେ ଭଗବାନଙ୍କର ପୂଜାର୍ଚ୍ଚନା       କରିବା ଦ୍ୱାରା ଘରେ ସାକାରାତ୍ମକ ମାହୋଲ ସୃଷ୍ଟି ହୋଇଥାଏ ।

୨. ଏହି ଦିନ ଝଗଡ଼ା କରନ୍ତୁ ନାହିଁ । ଅକ୍ଷୟ ତୃତୀୟା ଦିନ ଭୁଲରେ କ୍ରୋଧ କରନ୍ତୁ ନାହିଁ, ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ବିବାଦ ନ କରି ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ ।

୩. ଏହି ପବିତ୍ର ଦିନରେ ନିଜ ଘରକୁ ସଫା ରଖନ୍ତୁ । ଘରେ ଅଳିଆ ଆବର୍ଜନା ରହିଲେ ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ । ସେଥିପାଇଁ ନିଜ ଗୃହର ବାତାବରଣ ପରିଷ୍କାର ରଖନ୍ତୁ ।

୪. ଏହି ଦିନ ଭୁଲରେ ବି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ନିଜ ପିତା ମାତା କିମ୍ବା ନିଜଠୁ ବୟସ୍କ ଲୋକଙ୍କ ସହ କଳହ କରନ୍ତୁ ନାହିଁ କିମ୍ବା ଅପମାନ ଦେବା ପରି ବ୍ୟବହାର କରନ୍ତୁ ନାହିଁ ।

୫.ସୂର୍ଯ୍ୟ ଉଦୟ ପରେ ବା ସୂର୍ଯ୍ୟାସ୍ତ ପରେ ଶୁଅନ୍ତୁ ନାହିଁ ।

Related posts

ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା

mahabharatanews

ରାଜ୍ୟ ବଜେଟ୍: ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

mahabharatanews

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews