ଓଡିଶା

ହତ୍ୟା କରି ଫେରାର୍‌ ହୋଇ ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ । ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ । ଖବର ପାଇ ଘଟଣା ସ୍ଥଳକୁ ପୋଲିସ ଓ ଦମକଳବାହିନୀ ପହଞ୍ଚିଥିଲେ । ପାଣି ପ୍ରକଳ୍ପ ଉପରକୁ ଦମକଳ ବାହିନୀ  ଯାଇ ଉଦ୍ଧାର କରିଛି । ତେବେ ଅଭିଯୁକ୍ତ ଜଣଙ୍କ ପାଣିଟାଙ୍କି ଉପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ କାବୁ କରି କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ଡାକ୍ତରଖାନାରେ ହତ୍ୟାକାରୀ ରମେଶ ଗରିଆ ଚିକିତ୍ସା ପାଇଁ ସହଯୋଗ କରୁନଥିବାରୁ ତାକୁ ଛତାବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଗତ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ରମେଶ ହାତୁଡ଼ି ସାହାଯ୍ୟରେ ସ୍ତ୍ରୀ ଗୁଲଗରିଆ (୪୨), ବୋହୂ ଲିପି ମହାକୁଳ (୨୪) ଓ ନାତୁଣୀ ଇଶାନୀ ଗରିଆ (୪) ଙ୍କୁ ପିଟିପିଟି ହତ୍ୟା କରି ଫେରାର୍‌ ମାରିଥିଲେ ।

youth bv

Related posts

ଆହୁରି ୨ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews

ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ

mahabharatanews

ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews