ଓଡିଶା

ବର୍ଷା ଅଭାବରେ ଚିନ୍ତାରେ ଗଜପତିର ଚାଷୀ, ଶୁଖିବାକୁ ବସିଲାଣି ଧାନ ତଳି

ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖରିଫ ଋତୁ ପାଇଁ ଚାଷୀମାନେ ଅକ୍ଷୟ ତୃତୀୟା ଦିନଠାରୁ ଚାଷ କାମ ଆରମ୍ଭ କରିଥିଲେ। ରଜ ପୂର୍ବରୁ ଓ ପରେ ଅନେକ ଚାଷୀ ଧାନ ତଳି ପକାଇବା ସହ ଜମିରେ ଧାନ ବୁଣିଥିଲେ। ବର୍ଷା ହେବ ବୋଲି ଆଶା ରଖି ସେମାନେ ଚାଷ କାର୍ଯ୍ୟ ଶେଷ କରିଥିଲେ।ପ୍ରଥମେ ସାମାନ୍ୟ ବର୍ଷା ହୋଇଥିବାରୁ ଧାନ ତଳି ଉଠିଥିଲା ଏବଂ ବୁଣା ଧାନ ମଧ୍ୟ ଅଙ୍କୁରିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା ସମ୍ପୂର୍ଣ୍ଣ ଥମିଯିବାରୁ ଜମିରେ ଆର୍ଦ୍ରତା କମିଯାଇଛି। ତୀବ୍ର ଖରା ଓ ପ୍ରବଳ ଖରାତାପ ଯୋଗୁଁ ଧାନ ତଳି ଶୁଖିଯିବା ଆଶଙ୍କା ସୃଷ୍ଟି ହୋଇଛି।


ଚାଷୀମାନଙ୍କ କହିବା ଅନୁସାରେ, ଆଉ କିଛି ଦିନ ମଧ୍ୟରେ ଭଲ ବର୍ଷା ନହେଲେ ଧାନ ତଳି ପୋଡ଼ିଯିବ ଏବଂ ଗଜା ମଧ୍ୟ ନଷ୍ଟ ହୋଇଯିବ। ଏହା ଘଟିଲେ ପୁଣିଥରେ ବିହନ ବୁଣିବାକୁ ପଡ଼ିବ, ଯାହା ଚାଷୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବ। ଜିଲ୍ଲାର ଅନେକ ଅଞ୍ଚଳରେ ସମାନ ପରିସ୍ଥିତି ଦେଖାଦେଇଛି। ଚାଷୀମାନେ ଏବେ ବର୍ଷାକୁ ଅପେକ୍ଷା କରି ବସିଛନ୍ତି। ଠିକ୍ ସମୟରେ ବର୍ଷା ନହେଲେ ଚଳିତ ଖରିଫ ଋତୁରେ ଧାନ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ପ୍ରକୃତିର ଏହି ଲୁଚକାଳି ଖେଳ ଭିତରେ ଗଜପତିର ଚାଷୀ ଏବେ କେବଳ ଆକାଶକୁ ଚାହିଁ ରହିଛନ୍ତି। ଭଲ ବର୍ଷା ହେଲେ ଫସଲ ବଞ୍ଚିବ, ନଚେତ ବର୍ଷସାରା ପରିଶ୍ରମ ପାଣିରେ ପଡ଼ିଯିବ। ତେଣୁ ଚାଷୀଙ୍କ ମୁହଁରେ ଏବେ ଗୋଟିଏ କଥା— ବର୍ଷା ହେଲେ ଚାଷ ବଞ୍ଚିବ, ନହେଲେ ସବୁ ଭଗବାନଙ୍କ ଭରସା।”

Related posts

ଆଉ ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ବାହାନଗା ରେଳ ଦୁର୍ଘଟଣା : ୩ ରେଳ କର୍ମଚାରୀ ଗିରଫ

mahabharatanews

ଦନ୍ତାକୁ କାବୁ କରିବାରେ ବନବିଭାଗ ସଫଳ

mahabharatanews