ଅପରାଧ

କଦଳୀ ଆଳରେ ଚାଲାଣ ହେଉଛି ଗଞ୍ଜେଇ

ଜୟପୁର: ଗଞ୍ଜେଇ ଚୋରାଚାଲାଣ ପାଇଁ ବେପାରୀ ଆପଣେଇଛନ୍ତି ବିଭିନ୍ନ ପ୍ରକାର ପନ୍ଥା । କେବେ କୋରିୟରରେ ତ କେବେ ତେଲ ଟାଙ୍କିରେ ଲୁଚେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇର କରୁଛନ୍ତି ଚୋରା ବେପାର । ସେହିଭଳି ଏକ ଘଟଣା ପୁଣି ସାମନାକୁ ଆସିଛି ଜୟପୁର ସଦର ଥାନା ଅଞ୍ଚଳରେ । କଦଳୀ ବୋଝେଇ କରି ଯାଉଥିବା ଟ୍ରକରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଗଞ୍ଜେଇ ଜବତ ପରେ ଟ୍ରକକୁ ଆହୁରି ଛାନଭିନ କରୁଛି ଜୟପୁର ସଦର ଥାନା ପୋଲିସ ।


ଏକ କଦଳୀ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ଜୟପୁର ସଦର ଥାନା ପୋଲିସ ଆରମ୍ଭ କରିଥିଲା ଅପରେସନ । ଚେକିଂ ବେଳେ କୋରାପୁଟ ଘାଟିରେ ଏକ କଦଳୀ ବୋଝେଇ ଟ୍ରକକୁ ଅଟକାଇଥିଲା ପୋଲିସ । ତେବେ ଯାଞ୍ଚ କରିବା ସମୟରେ ପୋଲିସ କଦଳୀ ସହିତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏ ସମସ୍ତ ଗଞ୍ଜେଇର ପରିମାଣ ପାଖାପାଖି ଏକ ଟନ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏସବୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାଯାଇଛି ।

Related posts

ବନ୍ଦ ଘରୁ ୨ ମୃତଦେହ ଉଦ୍ଧାର

mahabharatanews

ପେଟ୍ରୋଲିଂ ବେଳେ ଧରାପଡିଲା ଗଞ୍ଜେଇ; ଦୁଇ ଗିରଫ

mahabharatanews

ଗଞ୍ଜେଇ ସହ କାର ଜବତ: ୨ଗିରଫ

mahabharatanews