ଅପରାଧ

ଟ୍ରାଭେରାରୁ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ ଚାଲାଣ ଦିନକୁ ଦିନ ବଢି ଚାଲିଛି । ଏଠାରେ ଗଞ୍ଜେଇ କାରବାର ରୋକିବା ନେଇ ସୋନପୁର ପୋଲିସ ପକ୍ଷରୁ ଉଦ୍ୟମ ଚଳାଇଛି । ତେବେ ଜିଲ୍ଲା ପୋଲିସକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳତା ମିଳିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାରୁ ଏକ ଟ୍ରାଭେରା ଗାଡିରେ ଗଞ୍ଜେଇ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ସୋନପୁର ପୋଲିସ ଚଢାଉ କରି ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି । ସୋନପୁର ଛକ ଠାରେ ଟାଉନ ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ଅଟକାଇ ଥିଲା । ଗାଡିଟି ପୋଲିସକୁ ଚକମା ଦେଇ ଫେରାର ହୋଇଯାଉଥିବା ବେଳେ ପୋଲିସ ତାହାର ପିଛା କରିଥିଲା । ଫଳରେ ଛେପାପିଲି ଗାଁର ଛକ ଠାରେ ଗାଡିଟିକୁ ଛାଡିଦେଇ ଡ୍ରାଇଭର ଫେରାର ହୋଇଥିଲା । ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ନେତୃତ୍ୱରେ ଏକ ପୋଲିସର ଏକ ଟିମ୍ ପହଞ୍ଚି ଗାଡିଟିକୁ ଜବତ କରିଥିଲା । ଉକ୍ତ ଗଞ୍ଜେଇ ବୋଝେଇ ଗାଡିକୁ ସୋନପୁର ଟାଉନ ଥାନା ଅଣାଯାଇଥିଲା । ଚଢାଉ ବେଳେ ଗାଡିରେ ଥିବା ୧୩୫ କେଜି ଓଜନର ମୋଟ ଚାରି ବସ୍ତା ଗଞ୍ଜେଇ ଘଟଣାସ୍ଥଳରୁ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉଦ୍ଧ୍ୱର୍ ହେବ । ଜିଲ୍ଲାରେ ଚୋରା ଗଞ୍ଜେଇ କାରବାରର ଚେର କେତେ ଦୂର ଲମ୍ବିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Related posts

ପୁଣି ସୁକୁମା ଜିଲ୍ଲାରେ ମାଓ ଆତଙ୍କ

mahabharatanews

ଚୁଙ୍ଗୁଡି ଫ୍ୟାକ୍ଟ୍ରି ମ୍ୟାନେଜରଙ୍କୁ ବଟି ମ।।ଗି ଦୁଇ ଗିରଫ

mahabharatanews

କେନାଲ ବନ୍ଧ କଡରେ ପଡିଛି ୫ ବସ୍ତା ଗୋମାଂସ !

mahabharatanews

Leave a Comment