bharat

୫ଶହ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର !

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ବଢ଼ୁଥିବା ଦରଦାମକୁ ନେଇ ସନ୍ତୁଳି ହେଉଥିବା ଜନତା ଏହାର ଲାଭ ଉଠାଇ ପାରିବେ । ହରିୟାଣା ସରକାର ନିଜ ରାଜ୍ୟର ଲୋକଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି । ହରିୟାଲି ତୀଜ ପର୍ବ ପାଳନ ଅବସରରେ ଏନେଇ ଘୋଷଣା କରିଛନ୍ତି ଖୋଦ ସେଠାକାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସେନୀ ।

ବାର୍ଷିକ ୧ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ପରିବାର ଏହାଦ୍ୱାରା ଉପକୃତ ହେବେ। ସେମାନେ ମାସକୁ ୫ଶହ ଟଙ୍କା ମୂଲ୍ୟର ଗୋଟିଏ ସିଲିଣ୍ଡର ପାଇପାରିବେ। ତେବେ ତା’ଠାରୁ ଅଧିକ ସିଲିଣ୍ଡର ଆଣିଲେ ସେମାନଙ୍କୁ ପୁରୁଣା ଦାମ ଦେବାକୁ ପଡ଼ିବ । ରାଜ୍ୟର ୪୬ ଲକ୍ଷ ପରିବାର ଏହାର ଲାଭ ପାଇ ପାଇବା ସହ ସେମାନଙ୍କ ଉପରୁ ଆର୍ଥିକ ବୋଝ ବହୁ ପରିମାଣରେ କମିଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୁଗ୍ଧ ଉପହାର ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୧୪ରୁ ୧୮ ବର୍ଷ ପର୍ୟ୍ୟନ୍ତ ଛାତ୍ରୀଙ୍କୁ ବର୍ଷର ୧୫୦ ଦିନ ପର୍ୟ୍ୟନ୍ତ ମାଗଣାରେ ଦୁଗ୍ଧ ଯୋଗାଇ ଦିଆଯିବ ।

Related posts

ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ

mahabharatanews

ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲେ ପୁରସ୍କାର ମିଳିଲା ୩ ଜଣଙ୍କୁ

mahabharatanews

ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ନ୍ୟୁଜିଲ୍ୟାଣ୍ଡରେ ରାଷ୍ଟ୍ରପତି

mahabharatanews