ଓଡିଶା

କାଳ ଡ୍ୟାମର ୩ ନମ୍ବର ଗେଟ ଖୋଲିଲା

(ଦୀପକ ମିଶ୍ର/ଉଦଳା): ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ବର୍ଷା ବଢିବା ସମ୍ଭାବନା ଥିବାରୁ କାଳଡ୍ୟାମରେ ଗୋଟିଏ ଗେଟ ଖୋଲା ଯାଇଥିବା ସୂଚନା ଦେଇଛନ୍ତି କାଳ ଜଳସେଚନ ପ୍ରକଳ୍ପ ଏସଡିଓ । ସୂଚନା ଅନୁଯାୟୀ,ଶିମିଳିପାଳର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବା ବେଳେ କାଳଡ୍ୟାମରେ ଜଳସ୍ତର ଅଧିକ ଥିବାରୁ ଗୋଟିଏ ଗେଟ ଖୋଲାଯାଇଛି । ତେବେ ଡ୍ୟାମ ଜଳସ୍ତର କ୍ଷମତା ୭୭.୭୭ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୭୭.୫୪ ମିଟର ରହିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମର ତିନି ନମ୍ବର ଗେଟ ଖୋଲାଯାଇଥିବା ବେଳେ ୧୦୮ କ୍ୟୁସେକ ମିଟର ଜଳ ଛଡା ଯାଉଥିବାର ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଗକୁ ବର୍ଷା ଜାରି ରହିଲେ ପରିସ୍ଥିତିର ମୁକାବିଲା କରିବା ପାଇଁ କାଳ ଜଳସେଚନ ବିଭାଗ ପ୍ରସ୍ତୁତ ରହିଛି ବୋଲି ସୂଚନା ମିଳିଛି ।

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

mahabharatanews

ରାଜ୍ୟସରକାରଙ୍କ ପକ୍ଷରୁ କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର  `

mahabharatanews

ପ୍ରେମକୁ ମିଳିଲାନି ସ୍ୱୀକୃତି: ବେକରେ ଦଉଡି ଦେଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

mahabharatanews