(ଭୁବନେଶ୍ୱର) : ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୦ ମେ’ରେ ପଡୁଛି। ଏହି ଅବସରରେ ଅନେକ ଲୋକ ସୁନା ଓ ରୁପା କିଣିଥାନ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଓ ରୁପାର ନୂତନ ମୂଲ୍ୟକୁ ଅପଡେଟ୍ କରାଯାଇଛି ।
ସୂଚନାନୁଯାୟୀ , ଯେଉଁଥିରେ ୧୦ ଗ୍ରାମ ସୁନା ଏବଂ ୧ କିଲୋଗ୍ରାମ ରୁପା ମୂଲ୍ୟ ହ୍ରାସ କରାଯାଇଛି। ଗୁଡ୍ ରିଟର୍ନ୍ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ୨୨ କ୍ୟାରେଟ ସୁନା ମୂଲ୍ୟ ୬୫,୫୫୦ ଟଙ୍କା ବଦଳରେ ୬୬,୫୫୦ ଟଙ୍କା ହୋଇଛି। ଯେତେବେଳେ କି, ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ୧,୦୯୦ ଟଙ୍କା ହ୍ରାସ ପାଇଛି । ନୂଆ ମୂଲ୍ୟ ୭୧,୫୧୦ ଟଙ୍କା ହୋଇଛି । ପୂର୍ବରୁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ୭୨,୬୦୦ ଟଙ୍କା ଥିଲା । ରୁପାର ମୂଲ୍ୟରେ ହ୍ରାସ ଘଟିଛି। କିଲୋଗ୍ରାମ ପ୍ରତି ରୁପା ମୂଲ୍ୟରେ ୫୦୦ ଟଙ୍କା ହ୍ରାସ ହେଉଥିବା ଦେଖାଯାଉଛି। ଗୁଡ୍ ରିଟର୍ନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ୧ କିଲୋଗ୍ରାମ ରୁପା ମୂଲ୍ୟ ୫୦୦ ଟଙ୍କା ହ୍ରାସ ପାଇଛି।
