ଓଡିଶା

ତସ୍କରୀ ବେଳେ ଧରାପଡିଲା ୨୦ ଲକ୍ଷର ସୁନା

ଭୁବନେଶ୍ୱର: ପାଟିରେ ସୁନା ବିସ୍କୁଟ୍‌ ନେଉ ଯାଉଥିବା ଯାତ୍ରୀ କଷ୍ଟମ କାବୁରେ । ଭୁବନେଶ୍ୱର ବିମାନ ବନ୍ଦରରେ ସୁନା ବିସ୍କୁଟ ନେଉଥିବା ଅଭିଯୋଗରେ ଜୈନୁଲାଦ୍ଦିନ୍‌ ନାମକ ବ୍ୟକ୍ତି ଗିରଫ । ଅଭିଯୁକ୍ତ ଜଣକ ସୁନା ବିସ୍କୁଟ ଚେନ୍ନାଇ ନେଇ ଯାଉଥିବା ବେଳେ କଷ୍ଟମ ହାବୁଡରେ ପଡିଛନ୍ତି । ୪୦୦ ଗ୍ରାମର ସୁନା ତା ଠାରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ।
ଗତକାଲି ଅପରାହ୍ନରେ ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରର ନୂଆ ଟର୍ମିନାଲ ଦେଇ ଜୈନୁଲାଦ୍ଦିନ୍‌ ଭିତରକୁ ପଶିଥିଲେ। ସନ୍ଧ୍ୟା ୬ଟା ୧୦ରେ ସେ ଫ୍ଲାଇଟ୍‌ ନମ୍ବର ୬ଇ-୨୦୯ ବିମାନରେ ଚେନ୍ନାଇ ଯାଇଥାନ୍ତେ। ତେବେ ରନ୍‌ୱେକୁ ପ୍ରବେଶ ପୂର୍ବରୁ ଏୟାରପୋର୍ଟ ସିକ୍ୟୁରିଟି ଗେଟ୍‌ର ବୁଥ୍‌ ନମ୍ବର ୩ରେ ତାଙ୍କର ଯାଞ୍ଚ ହୋଇଥିଲା । ତା ଶରୀର ସହ ଲଗେଜରୁ କିଛି ମିଳି ନଥିଲା । ତେବେ ତାକୁ ଅଧିକାରୀ ଯାହା ପ୍ରଶ୍ନ କରିଥିଲେ ସେ କୌଣସି ଉତ୍ତର ଦେଇ ନ ଥିଲା । ଫଳରେ ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା । ତାକୁ ମୁହଁ ଖୋଲିବାକୁ କହିବାରୁ ମୁହଁରୁ ୨ ଖଣ୍ଡ ସୁନା ବିସ୍କୁଟ ମିଳିଥିଲା । ଅଧିକ ପଚରା ଉଚରା କରାଯିବାରୁ ଆଉ ଦୁଇଟି ବିସ୍କୁଲ ମଳଦ୍ୱାରରେ ରଖିଥିବା ମାନିଥିଲା । କଷ୍ଟମ ତାକୁ କାବୁ କରି ନେବା ସହ ସବୁ ସୁନା ଜବତ କରିଛି । ଭୁବନେଶ୍ୱରରୁ ଏହି ସୁନା ବିସ୍କୁଟ କିଣାଯାଇଥିବା କଷ୍ଟମ ସନ୍ଦେହ କରୁଛି ।

SR

Related posts

ସ୍ୱାମୀ ଆଖି ଆଗରେ ଅତ୍ମହତ୍ୟା କଲା ସ୍ତ୍ରୀ

mahabharatanews

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews

୩ ରୁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 

mahabharatanews