ଓଡିଶା

ପରୀ ହତ୍ୟାର ତଦନ୍ତ ପାଇଁ ଆଇପିଏସ ଅରୁଣଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠିତ

ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ ବିରୋଧୀଙ୍କ ତନାଘନା ପରେ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଗଠିତ ଏସଆଇଟି ଟିମର ଦାୟିତ୍ୱ ଦିଆଯାଇଛି ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ । ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ଇଝଚ ଆର୍‌.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ସାମିଲ।
ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ୱତନ୍ତ୍ର ସଚିବଙ୍କ ଚିଠି ଲେଖି ତଦନ୍ତ ତତ୍ତ୍ୱାବଧାନ ପାଇଁ ଜଣେ ସିଟିଂ ଜଜ୍‌ଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରାଯାଇଛି।
୫ ବର୍ଷର ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ଗତ ମଙ୍ଗଳବାର ଉଭୟ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ଏହି ମାମଲାରେ ସାରା ରାଜ୍ୟରେ ତାତି ।

team

Related posts

ସାମାଜିକ ଦୂରତା ନ ରଖିବା, ଛେପ ପକାଇବା ପାଇଁ ଜରିମାନା ଆଦାୟ

mahabharatanews

ରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା

mahabharatanews

ବାଲୁକା ମାଧ୍ୟମରେ ସମୁଦ୍ର ଓ ସାମୁଦ୍ରିକ ଜୀବ ଜନ୍ତୁଙ୍କ ସୁରକ୍ଷା

mahabharatanews