ଅପରାଧ

ବେଆଇନ ମୋରମ ଟ୍ରକ ଜବତ

(ଜୟନ୍ତ କୁମାର ସେଠୀ/ ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ଠାରେ ଏକ ବେଆଇନ ମୋରମ ଟ୍ରକ ଜବତ ହୋଇଥିବା ସୁଚନା ମିଳିଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ବେଆଇନ ଭାବେ ମୋରମ ନେଇକି ଯାଉଥିବା ଏକ ଟ୍ରକକୁ ପିଛା କରି ଥାନା ନିକଟରେ ଅଟକାଇଥିଲେ । ଗାଡି ନଂ ଓଆର, ୦୨, ଏଜେ- ୬୨୩୫ ବୋଲି ଜଣାପଡିଛି । ବେଗୁନିଆପଡା ଅଞ୍ଚଳରୁ ମୋରମ ଆଣିଥିବା ପ୍ରକାଶ କରିଥିଲା । ତହସିଲଦାର ଶ୍ରୀ ଆଚାରିଆ ବେଆଇନ ଭାବେ ମୋରମ ଚାଲାଣ କରିବା ଅଭିଯୋଗରେ ଏକ କେସ ରୁଜୁ କରିଥିବା ଜଣାପଡିଛି । ଥାନାରେ ଗାଡିସହିତ ଗାଡି ଚାଳକ ଅଟକ ରହିଛି ।

Related posts

ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭିଜିଲାନସ କବଜାରେ

mahabharatanews

କୋଇଲା କିଣାରେ ମହା ଦୁର୍ନୀତି: ଆକ୍ସନ ମୋଡରେ ସିବିଆଇ

mahabharatanews

ପୁଅ ସମ୍ମୁଖରେ ମା’ଙ୍କୁ ହତ୍ୟା

mahabharatanews