ରାଜନୀତି

ଦେଶରେ ୪୫ ଆସନରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ/ମୃତ୍ୟୁଞ୍ଜୟ ଭୋଇ: ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍‌ଟେମ୍ବର ଶେଷ ସପ୍ତାହରେ ଉପନିବର୍ବାଚନ ହୋଇପାରେ । ଓଡ଼ିଶାର ଦୁଇଟି ଆସନ ମଧ୍ୟ ଏଥିରେ ସାମିଲ ଅଛି । ବାଲେଶ୍ବର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ବିୟୋଗ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି।ଏନେଇ ନିର୍ବାଚନ ଆୟୋଗ ପ୍ରାରମ୍ଭିକ ପର୍ୟ୍ୟାୟରେ ଆଲୋଚନା କରିଛନ୍ତି। ଉପନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆୟୋଗଙ୍କ ଦ୍ବାରା ଏକାଧିକ ପଦକ୍ଷେପ ନିଆଯିବାର ମଧ୍ୟ ସମ୍ଭାବନା ରହିଛି।
ସୂତ୍ର ଅନୁସାରେ ପ୍ରତି ବୁଥରେ ଭୋଟରଙ୍କ ସଂଖ୍ୟା ୧୦୦୦ରେ ସୀମିତ ରଖିବା ପାଇଁ ବିଚାରବିମର୍ଶ ଜାରି ରଖିଥିବାର ଜଣାପଡ଼ିଛି। ଅପରପକ୍ଷେ ଭୋଟଦାନ କେନ୍ଦ୍ରମାନଙ୍କରେ ମାସ୍କ, ‌ସାନିଟାଇଜର, ଗ୍ଲୋବ୍‌ସର ବ୍ୟବସ୍ଥା ମଧ୍ୟ କରାଯିବା ସହିତ ସାମାଜିକ ଦୂରତା ପ୍ରତି ଧ୍ୟାନ ରଖାଯିବ।

Related posts

ପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରି

mahabharatanews

ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

mahabharatanews

କଂଗ୍ରେସ ନେତା ତାରା ପ୍ରସାଦ ଅସୁସ୍ଥ

mahabharatanews