ଦେଶ ବିଦେଶ

EPF ସୀମା ବୃଦ୍ଧି ଓ ବକେୟା ପୈଠ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

EPF ସୀମା ବୃଦ୍ଧି ଓ ବକେୟା ପୈଠ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି। ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଲା ମାସିକ ସୀମା। ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଇପିଏଫ୍ (EPF) ସୁବିଧା ଏବଂ ବକେୟା ରାଶି ପୈଠ ନେଇ ଶ୍ରମ ଓ ସରକାରୀ ଉପକ୍ରମ (L&ESI) ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରାଯାଇଛି। ଏଥିରେ ବିଭିନ୍ନ ବିଭାଗକୁ ନିମ୍ନଲିଖିତ ମୁଖ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଗତ ୧୭.୦୯.୨୦୨୬ରୁ ଇପିଏଫ୍ ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୨୫,୦୦୦ ଟଙ୍କା କରାଯାଇଛି। ସମସ୍ତ ବିଭାଗକୁ ନିଜ ଅଧୀନସ୍ଥ ସଂସ୍ଥାଗୁଡ଼ିକରେ ନୂତନ ଭାବେ ଶାମିଲ ହୋଇଥିବା ଯୋଗ୍ୟ କର୍ମଚାରୀଙ୍କୁ ଚିହ୍ନଟ କରି ୧୭.୦୯.୨୦୨୬ ରୁ ସେମାନଙ୍କ EPF ପୈଠ କରିବାକୁ ପରାମର୍ଶ ଦିଆଯାଇଛି।

Cabinet Hikes EPF Wage Ceiling: ଇପିଏଫ ଦରମା ସୀମା ୨୫ ହଜାରକୁ ବୃଦ୍ଧି:...

ସରକାରୀ ସଂସ୍ଥାଗୁଡ଼ିକର ପୁରୁଣା EPF ବକେୟା କମ୍ ଜରିମାନାରେ ସୂଝିବା ପାଇଁ ‘VISHWAS’ ଯୋଜନା ମାଧ୍ୟମରେ ଏକକାଳୀନ ସୁଯୋଗ ଦିଆଯାଇଛି। ଏଥିପାଇଁ ୨୮.୧୨.୨୦୨୬ ସୁଦ୍ଧା ଆବେଦନ କରି ପ୍ରଥମେ ସୁଧ ଜମା କରିବାକୁ ଏବଂ ନିର୍ଦ୍ଧାରିତ ରାଶିକୁ ୧୫ ଦିନ ମଧ୍ୟରେ ପୈଠ କରିବାକୁ କୁହାଯାଇଛି।    ବିଭାଗ ଅଧୀନରେ ଥିବା ସମସ୍ତ ବାକି ରହିଯାଇଥିବା (left-out) କର୍ମଚାରୀଙ୍କୁ ଚିହ୍ନଟ କରି, ୩୧.୧୦.୨୦୨୬ ସୁଦ୍ଧା ସେମାନଙ୍କ ନାମପଞ୍ଜୀକରଣ ଓ ବକେୟା ଦେୟ ପରିଶୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

Related posts

ପ୍ରେମିକଙ୍କୁ ପ୍ରସ୍ତାବ ଦେବା ବାହାନାରେ ଜାଳି ଦେଲେ

mahabharatanews

ଇଣ୍ଡିଗୋ ସଙ୍କଟ ଉପରେ DGCAର କାର୍ଯ୍ୟାନୁଷ୍ଠାନ, 4 ଜଣ ଫ୍ଲାଇଟ୍ ଅପରେସନ୍ ଇନ୍ସପେକ୍ଟରଙ୍କୁ ବହିଷ୍କାର

mahabharatanews

ଦିଲ୍ଲୀରେ ୧୦୦ ଅଟଳ କ୍ୟାଣ୍ଟିନ୍, ମାତ୍ର ୫ ଟଙ୍କାରେ ପୂରା ଥାଳି

mahabharatanews