(ଦିଲ୍ଲୀ) : ସୋମବାର ଦିନ ଏଲମ୍ ମସ୍କ ପହଞ୍ଚିଛନ୍ତି ଇସ୍ରାଏଲରେ । ଯାହା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଏଲନ୍ ମସ୍କଙ୍କ ମଧ୍ୟରେ ସ୍ୱତନ୍ତ୍ର ବୈଠକ ହୋଇଥିଲା । ଏହାପରେ ମସ୍କ କଫର ଅଜା କିବ୍ବୁଜ ପରିଦର୍ଶନ କରିଥିଲେ, ଯେଉଁଠାରେ ଅକ୍ଟୋବର ୭ରେ ହାମାସ ଯୁଦ୍ଧବିମାନ ଏକ ଭୟଙ୍କର ଆକ୍ରମଣ କରିଥିଲା । ଇସ୍ରାଏଲ ଗସ୍ତ ପରେ ସଙ୍ଗେ ସଙ୍ଗେ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ୍ ମଧ୍ୟ ମସ୍କଙ୍କୁ ଗାଜା ଷ୍ଟ୍ରିପ୍ ପରିଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛି ।
ସୂଚନାନୁଯାୟୀ , ହମାସର ଏହି ନିମନ୍ତ୍ରଣକୁ ନେଇ ମୁସ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଗାଜା ଷ୍ଟ୍ରିପର ପରିସ୍ଥିତି ଅତ୍ୟନ୍ତ ବିପଦଜନକ, ବର୍ତ୍ତମାନ ସେଠାକୁ ଯିବା ଠିକ୍ ହେବ ନାହିଁ । ନବରଙ୍ଗପୁରରେ ‘ଲକ୍ଷ୍ମୀ’, ସୁଗମ ହେବ ଗମନାଗମନ ହମାସର ନିମନ୍ତ୍ରଣକୁ ନେଇ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ, ବର୍ତ୍ତମାନ ଗାଜା ଷ୍ଟ୍ରିପର ସ୍ଥିତି ଅତ୍ୟନ୍ତ ଖରାପ ।ସେଠାକୁ ଯିବା ଉଚିତ୍ ହେବ ନାହିଁ ।
