ଓଡିଶାରାଜନୀତି

ଗୁୁରୁମନ୍ତ୍ର ଦେଲେ ନବୀନ , ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ କାମ କରିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟସଭାର ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକେଟ୍ ମିଳିବା ପରେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟ ପାଇଁ ଭଲ କାମ କରିବା ସହ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ । ନବୀନଙ୍କୁ ଭେଟିବା ପରେ ରାଜ୍ୟର ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଆଗକୁ ବଢିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ବିଶେଷ କରି ଆଦିବାସୀ, ଦଳିତ, ଚାଷୀ, ମୂଲିଆ ଓ ଖଟିଖିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ୩୧ ତାରିଖ ଦିନ ଏହି ୪ ଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।ସୁଲତା ଦେଓ ଏବେ ବିଜେଡିର ମୁଖପାତ୍ର ସହ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟରତ । ପୂର୍ବରୁ ସେ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇଛନ୍ତି । ବିଜେଡିର ଜଣେ ଆଗ ଧାଡ଼ିର ନାରୀନେତ୍ରୀ ଭାବେ ସୁଲତା ଜଣାଶୁଣା ।

ବିଜେଡିର ଅନ୍ୟତମ ପ୍ରାର୍ଥୀ ମାନସ ରଞ୍ଜନ ମଙ୍ଗରା‌ଜ ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି । ଏହା ସହ ଦଳର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସାମ୍ବାଦିକତାରୁ କ୍ୟାରିୟର୍‌ ଆରମ୍ଭ କରିଥିବା ମାନସ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିରେ ସାମିଲ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ସେ ବିଜେଡିରେ ସାମିଲ ହୋଇ ଗଣମାଧ୍ୟମ ଉପଦେଷ୍ଟା ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଥିଲେ । ସସ୍ମିତ ପାତ୍ର ଲଗାତାର ଦ୍ବିତୀୟ ଥର ରାଜ୍ୟସଭାକୁ ଯିବା ପାଇଁ ବିଜେଡି ପ୍ରାର୍ଥୀ  ମନୋନିୟତ  ହୋଇଛନ୍ତି ।

Related posts

୧୫ରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews

ଗୋଟିଏ ଦିନରେ ୪୦ ହଜାରରୁ ଅଧିକ କୋଭିଡ ଟେଷ୍ଟ

mahabharatanews