ଅପରାଧଓଡିଶା

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ବେଧଡକ ନକଲି ଔଷଧ ବିକ୍ରି ବଢିବାରେ ଲାଗିଛି । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତ କିଛିଦିନ ତଳେ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଓ କଟକରେ ବିକ୍ରି ହେଉଥିବାର ଖବର ସାମ୍ନାକୁ ଆସିଥିଲା । ନକଲି ମେଡିସିନକୁ ନେଇ ଜନ ଅସନ୍ତୋଷ ଦେଖା ଦେଉଛି । ଯାହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କରପ୍ସନ ଓଡ଼ିଶାରେ କେବେ ବରଦାସ୍ତ କରାଯାଏ ନାହିଁ । ନକଲି ମେଡ଼ିସିନ ଜୀଏବି ବିକ୍ରି କରିବ ଦୃଢ଼ ହସ୍ତରେ ଦମନ କରାଯିବ ଆଇନ ଅନୁଯାଇ ଦଣ୍ଡଦିଆଯିବ । ଯେଉଁମାନେ କଳା ବଜାରୀ କରିବେ ବରଦାସ୍ତ କରାଯିବ ନାହିଁ । ନକଲି ମେଡ଼ିସିନ ମାର୍କେଟକୁ ଆସିବାର ବିଭିନ୍ନ ଦିଗ ରହିଛି ଯେଉଁଠି ଯାହା ସୂଚନା ଆସୁଛି । ଆଗରୁ ରେଡ ହେଇଛି ଆଗକୁ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦଶ ନକଲି ମେଡ଼ିସିନ କଳା ବାଜାରୀକୁ ଦୃଢ଼ ହସ୍ତରେ ଦମନ କରାଯିବ ।

Related posts

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଲୋକଙ୍କ ଦାନ ଏବେ ସୁଅ ଚୁଟିବାରେ ଲାଗିଛି

mahabharatanews

ଅବକାରୀ ବିଭାଗର ଚଢ଼ାଉ

mahabharatanews

ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ

mahabharatanews