ଓଡିଶା

ପାଣିରେ ବୁଡି ୩ ଭାରତୀୟଙ୍କ ଚାଲିଗଲା ଜୀବନ

ୱାସିଂଟନ୍: ବରଫ ପାଲଟିଲା ହ୍ରଦ । ଯୁକ୍ତରାଷ୍ଟ୍ର ଆମେରିକାର ବରଫ ପାଲଟିଛି ହ୍ରଦ । ସେହି ହ୍ରଦ ଉପରେ ଚାଲୁଥିବା ବେଳେ ବରଫ ଆସ୍ତରଣ ଭାଙ୍ଗି ଯିବାରୁ ପାଣିରେ ବୁଡି ଜଣେ ମହିଳାଙ୍କ ସହ ତିନିଜଣ ଭାରତୀୟ ପ୍ରାଣ ହାରାଇଛନ୍ତି । ସୂଚନା ଅନୂଯାୟୀ ଏଭଳି ଅଭାବନୀୟ ଘଟଣାଟି ହେଉଛି ଗତ ୨୬ ତାରଖର । ୨୬ ତାରିଖ ଅପରାହ୍ଣ ୩.୩୫ରେ ଆରିଜୋନାର କକୋନିନୋ କାଉଣ୍ଟିସ୍ଥିତ ‘ଉଡ୍ସ କେନିୟନ୍ ଲେକ୍’ରେ ଘଟିଥିଲା ଏହି ଅଘଟଣା । ଏହି ଖବରକୁ ନେଇ ମଙ୍ଗଳବାର ଜାରି କରିଥିବା ବିବୃତିରେ କକୋନିନୋ କାଉଣ୍ଟି ସେରିଫଙ୍କ ଅଫିସ୍ କହିଛି ଯେ ନିଖୋଜ ବ୍ୟକ୍ତିମାନଙ୍କୁ ମୃତାବସ୍ଥାରେ ଠାବ କରାଯାଇଛି । ସେମାନେ ହେଉଛନ୍ତି ୪୯ ବର୍ଷିୟ ନାରାୟଣ ମୁଦ୍ଦାନା ଏବଂ ୪୭ ବର୍ଷିୟ ଗୋକୁଳ ମେଦିସେତି। ମୃତା ମହିଳା ଜଣକ ହେଉଛନ୍ତି ହରିତା ମୁଦ୍ଦାନା । ଭାରତର ମୂଳ ବାସିନ୍ଦା ଉକ୍ତ ୩ ବ୍ୟକ୍ତି ଆରିଜୋନାର ଚାଣ୍ଡଲରରେ ବାସ କରୁଥିଲେ । ଅନ୍ୟପଟେ ସରକାରୀ ଅଧିକାରୀମାନେ କହିଛନ୍ତି, ବୁଡ଼ି ଯିବା କ୍ଷଣି ସେମାନେ ହରିତାଙ୍କୁ ପାଣିରୁ ଉଦ୍ଧାର କରି ଜୀବନ ରକ୍ଷା ପାଇଁ ପ୍ରୟାସ ଜାରୀ କରିଥିଲେ ବି ତାହା ସଫଳ ହୋଇ ନଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

Related posts

ପୁଣି ସାମ୍ନାକୁ ଆସିଲା କୋଭିଡ ନିୟମ ଉଲଘଂନର ସାଂଘାତିକ ଚିତ୍ର

mahabharatanews

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

mahabharatanews

ଡିଏନଏ ଟେଷ୍ଟ ରିପୋର୍ଟ: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ

mahabharatanews