ଓଡିଶା

ସୋମବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜସ୍ଥାନରୁ ବଙ୍ଗୋପସାଗରକୁ ଲମ୍ବିଥିବା ମୌସୁମୀ ଟ୍ରଫଲାଇନ ପ୍ରଭାବରେ ରବିବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର, କଟକ ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । ସୋମବାରଠାରୁ ରାଜ୍ୟରେ ବର୍ଷା ଅଧିକ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସୋମବାର ୧୧ ଜିଲ୍ଲାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଓ ଆସନ୍ତା ୨-୩ ଦିନ ରାଜ୍ୟରେ ବର୍ଷା ଅଧିକ ହେବା ନେଇ ପାଣିପାଗ ବିଭାଗ ଅନୁମାନ ଲଗାଇଛି।
ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ସୋମବାର ଉତ୍ତର ଓଡ଼ିଶାର ଅନେକ ଜାଗା ଓ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ବରଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାବାଦ୍ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବୁଧବାର ଓ ଗୁରୁବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ବିଭାଗ ଆକଳନ କରୁଛି । ।

 

 

Related posts

ପାଉଡର ଚୋର ସିସିଟିଭିରେ କଏଦ

mahabharatanews

ଆଜି ଭଦ୍ରକ-ବାଲେଶ୍ବରରେ କରିବେ ପ୍ରଚାର ରାହୁଲ ଗାନ୍ଧୀ

mahabharatanews

ଅଧିକାରୀଙ୍କ ଜାଣତରେ ରାହାଡପୁର ପାହାଡରୁ ଚାଲିଛି ବେଧଡକ ପଥର ଚାଲାଣ

mahabharatanews