ଓଡିଶା

ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଜବାବ ମାଗିଲେ ହାଇକୋର୍ଟ

ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍‌ଙ୍କ ପାଇଁ ବଢିଲା ଅଡୁଆ । ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସ୍‌ପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମକଦ୍ଦମାକୁ ଯୋଡ଼ି ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରହ୍ମପୁର ବିଜେପି ବିଧାୟକ କେ.ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସପିଙ୍କୁ ନୋଟିସ କରାଯାଇଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ । ନିର୍ବାଚନ ମାମଲା ବିଚାରଧୀନ ଥିବା ବେଳେ ଏସପିଙ୍କ ବୟାନକୁ କୋର୍ଟ କଡା ନିନ୍ଦା କରିଛନ୍ତି । ଏସପିଙ୍କ ବୟାନ କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ତାହାର ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୭ତାରିଖ ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

01-09-2025- LIVE STREAMING OF CHIEF JUSTICE'S COURT, HIGH COURT OF ORISSA -  YouTube

ଆବେଦନକାରୀ ମନୋଜ ପଣ୍ଡା ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ ଯେ, ଗତ ଅକ୍ଟୋବର ୨୨ରେ ରେଳ ଷ୍ଟେସନରୁ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ପୋଲିସ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା । ବ୍ରହ୍ମପୁର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସେ କେମିତି ମାମଲା କଲେ ବୋଲି ତାଙ୍କୁ ପଚରାଯାଇଥିଲା । ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି କହିଥିଲେ, ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ରହିଛି । ଏହି ନିର୍ବାଚନ ମାମଲା ଶିବଶଙ୍କର ଦାସ ନାମରେ ଦାଖଲ ହୋଇଥିଲା । କିନ୍ତୁ ତାହାକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆର୍ଥିକ ସହାୟତା ଦେଇଥିଲେ । ଅଦାଲତ କହିଛନ୍ତି, ନ୍ୟାୟିକ ମାମଲା ବିଚାରାଧୀନ ଥିବାବେଳେ ପୋଲିସ ଅଧିକାରୀଙ୍କ ସାର୍ବଜନୀନ ଟିପ୍ପଣୀ ଗ୍ରହଣୀୟ ନୁହେଁ ।

Related posts

ବିଧବା ମହିଳା ଆବାସ ଗୃହରୁ ବଂଚିତ ଘଟଣା,ବିଡିଓଙ୍କୁ ଏଲ୍.ମାଣିକ୍ୟ ପ୍ରଭା

mahabharatanews

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews

ତଇଥାନ ହେବେ ୪ହଜାର ପ୍ରବାସି ଓଡିଆ

mahabharatanews