ଓଡିଶା

କ୍ୱାରେଣ୍ଟାଇନରୁ ଗଲା ପରେ ବି ପ୍ରବାସୀଙ୍କୁ ମିଳିନି ସହାୟତା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଫାଶୀ ପଂଚାୟତରେ ପ୍ରବାସୀଙ୍କୁ ଏଯାଏ ମିଳିନି ସହାୟତା। ଲକଡାଉନ ସମୟରେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ୨ ହଜାର ଟଙ୍କା  ସହାୟତା ଘୋଷଣା କରିଥିଲେ । କ୍ୱାରେଣ୍ଟଇନରୁ ଗଲା ପରେ ସେମାନଙ୍କୁ ଏହା ମିଳିବ ବୋଲି କୁହାଯାଇଥିଲା। କ୍ୱାରେଣ୍ଟଇନ ସରି ୨ ମାସ ବିତି ଯାଇଥିଲେ ବି ଏଯାଏ ମିଳୁନି ଟଙ୍କା। ଏହାକୁ ନେଇ ଆଜି ଶତାଧିକ ପ୍ରବାସୀ ଫାସି ପଂଚାୟତ କାର୍ୟ୍ୟାଳୟ ଘେରିଥିଲେ । ଶେଷରେ କୋଦଳା ତହସିଲଦାର ଆସି ଲୋକଙ୍କୁ ଆସନ୍ତା ବୁଧବାର ସୁଧା ଟଙ୍କା ମିଳିବାର ପ୍ରତିଶୃତି ଦେବା ପରେ ସେମାନେ ଆନ୍ଦୋଳନରୁ ହଟିଛନ୍ତି। ଯଦି ଅର୍ଥ ନ ମିଳେ ତେବେ ପୁଣି ଥରେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

Related posts

ଅକ୍ଷୟଙ୍କ ଜନ୍ମ ମାଟିରେ ଜନ୍ମ ଜୟନ୍ତୀ ପାଳନ

mahabharatanews

ହେବନି ଐତିହାସିକ ବାଲିଯାତ୍ରା

mahabharatanews

୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି

mahabharatanews