ଅପରାଧ

କୂଅ ଭିତରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗରର ପରିବା ମାର୍କେଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବୃଦ୍ଧା ଜଣକ ମାଳତୀ ମାଝୀ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏ ଜଣାପଡିନାହିଁ । ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ଠାରୁ ବୃଦ୍ଧା ଜଣକ କୁଆଡେ ଚାଲିଯାଇଥିଲ । ଫଳରେ ତାଙ୍କର ପରିବାର ଲୋକେ ଏ ନେଇ କବିସୂର୍ୟ୍ୟନଗର ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଘର ଲୋକଙ୍କ କହିବା ଅନୁଯାୟୀ, ସେ ପ୍ରତିଦିନ ଭୋର ସକାଳୁ ଉଠି ଫୁଲ ତୋଳିବା ପାଇଁ ଯାଆନ୍ତି । କିନ୍ତୁ ଶୁକ୍ରବାର ଦିନ ଭୋରରୁ ଫୁଲ ତୋଳିବାକୁ ଯାଇ ସେ ଆଉ ଘରକୁ ଫେରିନଥିଲେ । ପରିତ୍ୟକ୍ତ କୂଅ ଭିତୁ ବୃଦ୍ଧାଙ୍କ ମୃତ ଦେହ ମିଳିବା ପରେ କବିସୂର୍ୟ୍ୟନଗର ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଛି ।

Related posts

ପୁଣି ଖୋଲିଛି ଆଇନକ୍ସ

mahabharatanews

ଗଞ୍ଜେଇ ଚେରା ଚାଲାଣ ମାମଲାରେ୧୦ବର୍ଷ ଜେଲ

mahabharatanews

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ଼

mahabharatanews