(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ସାରା ବିଶ୍ୱକୁ ଗ୍ରାସ କରିଛି କରୋନା ଭୁତାଣୁ । ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରୟାସ ଓ ଆପ୍ରାଣ ଉଦ୍ୟମ ଯୋଗୁଁ କରୋନା ବହୁ ସଂଖ୍ୟାରେ ହ୍ରାସ ପାଇଛି । ବହୁ ଜନସାଧାରଣ ଓ କରୋନା ଯୋଦ୍ଧାରେ ଆକ୍ରାନ୍ତ ହୋଇଛନ୍ତି । କିଛି କରୋନା ଯୋଦ୍ଧା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ କିଛି ଯୋଦ୍ଧା ଆଖି ବୁଜିଛନ୍ତି । ସେହିପରି ହିଞ୍ଜିଳିକାଟୁ ସହରବାସୀଙ୍କୁ ସଚେତନ କରୁଥିବା ବେଳେ କରୋନା ଯୋଦ୍ଧା ତଥା ହିଞ୍ଜିଳିକାଟୁ ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଜୁନ ମାସ ଶେଷ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଭୂବନେଶ୍ୱର କୋଭିଡ଼ ହସପିଟାଲରେ ଚିକିତ୍ସିତ ହେବା ପରେ ଦୀର୍ଘ ୨ମାସ ପରେ ସୁସ୍ଥ ହୋଇଛନ୍ତି ପୌରକାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କାର୍ୟ୍ୟରେ ଯୋଗଦେଇଛନ୍ତି । କାର୍ୟ୍ୟରେ ଯୋଗଦାନ କରିବା ପରେ ପୌର ନିର୍ବାହୀ ଅଧିକାରୀଙ୍କୁ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର ଓ କିଛି ସମାଜ ସେବୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
next post