ଓଡିଶା

ଗୁଜୁରାଟରୁ ୪ ବସରେ ଗଞ୍ଜାମ ଆସୁଛନ୍ତି ପ୍ରବାସୀ ଓଡିଆ: ଜିଲ୍ଲାପାଳ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଗୁଜୁରାଟର ସୁରଟରୁ ଚାରିଗୋଟି ବସ ଓଡିଶାର ଗଞ୍ଜାମ ଅଭିମୁଖେ ବାହାରିଛି । ଏହି ବସରେ ୨୦୦ରୁ ଊଦ୍ଧ୍ୱର୍ ପ୍ରବାସୀ ଓଡିଆ ନିଜ ଗାଁକୁ ଫେରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟରେ ଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଛନ୍ତି । ଏଥିନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଗୁଜୁରାଟରୁ ଆସିବା ସମୟରେ ମହରାଷ୍ଟ୍ର ଦେଇ ଆସିବାକୁ ହୋଇଥାଏ । ତେଣୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଥିଲେ । ଆଜି ସୁରଟରୁ ଗଞ୍ଜାମ ଅଭିମୁଖେ ବାହାରିଛି •ରିଗୋଟି ବସ । ବର୍ତ୍ତମାନ ଗୁଜୁରାଟ ସରକାର ବିଭିନ୍ନ ରାଜ୍ୟର ଲୋକଙ୍କୁ ନିଜ ନିଜ ରାଜ୍ୟକୁ ନିଜସ୍ୱ ଖର୍ଚ୍ଚରେ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହାପରେ ଗୁଜୁରାଟରୁ ଆଜି ମୋଟ ପାଞ୍ଚ ଗୋଟି ବସ ବାହାରିଛି । ଗୋଟିଏ ବସ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଥିବା ବେଳେ •ରୋଟି ବସ ଓଡିଶାର ଗଞ୍ଜାମ ଅଭିମୁଖେ ବାହାରିଛି । ତେବେ ଆସୁଥିବା ପ୍ରବାସୀ ଓଡିଆଙ୍କୁ କ୍ୱାରାଣ୍ଟାଇନରେ ରଖିବା ପାଇଁ ଗଞ୍ଜାମ ଜିଲ୍ଲାରେ ୫୦୩ଟି କ୍ୱାରାଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ ରଖା ଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related posts

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ 

mahabharatanews

ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଙ୍କ ମନ୍ତ୍ର

mahabharatanews

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews