ଓଡିଶା

 ୨୩ରେ ଖୋଲିବ ହୀରାକୁଦ ଗେଟ୍

(ହୀରାକୁଦ) :  ଆସନ୍ତା ୨୩ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ । ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ତାରର ଜଳସ୍ତର ବଢୁଛି ଏବଂ ଆଗକୁ ବର୍ଷା ଥିବାରୁ ହୀରାକୁଦ ଗେଟ୍ ଖୋଲାଯିବ । ତେଣୁ ବନ୍ୟାଜଳ ନିଷ୍କାସନ କରାଯିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ,  ତେବେ ମହାନଦୀ ଓ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ ଯେଉଁଥି ପାଇଁ ଜନସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଯେଉଁଥି ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ୧୪ଟି ଜିଲ୍ଲାର ଜନସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି । ୨ ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ତାରକୁ ପ୍ରତି ସେକେଣ୍ତରେ ୯୦,୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୯,୦୮୭ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ନେଇ ସୂଚନା ରହିଥିଲା ।

Related posts

ଜୟପାଟଣା ପୋଲିସ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ୟ୍ୟକ୍ରମ

mahabharatanews

ମାନବ ସେବାରେ ଆଗୁଆ ନନ୍ଦପୁର ସି ଡି ପି ଓ ସ୍ନିଗ୍ଧାରାଣୀ

mahabharatanews

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ହୋଇପାରେ ଏକ ସାମୁଦ୍ରିକ ବାତ୍ୟା

mahabharatanews