ଓଡିଶା

ଖଣ୍ଡଗିରି ପାଇଁ ଟ୍ରାଫିକ ଆଡଭାଇଜରି ଜାରି

(ଆଦର୍ଶ ରାଉତ ): ଫେବ୍ରୁଆରି ୧ରୁ ଆରମ୍ଭ ହେଉଛି ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭ ମେଳା। ଏହି ମେଳା ୬ ତାରିଖ ଯାଏଁ ଚାଲିବ। ମେଳାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ୍‌ ପୋଲିସ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଆଡଭାଇଜରି ଜାରି କରାଯାଇଛି। ମେଳା ଚାଲିଥିବା ବେଳେ ଜାତୀୟ ରାଜପଥ କଡ଼ରେ ଗାଡ଼ି ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି। ଯେଉଁମାନେ ମେଳା ବୁଲିବାକୁ ଆସିବେ ସେମାନେ ପାର୍କିଂ ସ୍ଥଳରେ ଗାଡ଼ି ପାର୍କିଂ କରିବେ। ଏଥିପାଇଁ ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ସେହିପରି ଖୋର୍ଦ୍ଧା ଓ କଟକ ମଧ୍ୟରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଖୋର୍ଦ୍ଧାରୁ କଟକ ଅଭିମୁଖେ ଯାଉଥିବା ଭାରିଯାନଗୁଡ଼ିକ ପିତାପଲ୍ଲୀରୁ ଚନ୍ଦକା ଦେଇ ବାଲିକୁଦା ଯିବେ। କଟକରୁ ଖୋର୍ଦ୍ଧା ଯାଉଥିବା ଭାରିଯାନ ବାଲିକୁଦା ଚନ୍ଦକା ଦେଇ ପିତାପଲ୍ଲୀରେ ବାହାରିବେ। ଭାରିଯାନ ଚଳାଚଳ ଉପରେ କଟକଣା ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ଲାଗୁ ହେବ। ଏହି ଆଡଭାଇଜରି ଫେବ୍ରୁଆରି ୧ରୁ ୬ ଯାଏଁ ବଳବତ୍ତର ରହିବ।

Related posts

ମୁଡ଼କି ଫ୍ୟାକ୍ଟ୍ରିରେ ଅଚାନକ ଭୟାବହ ଅଗ୍ନିକାଣ୍ଡ 

mahabharatanews

ପଥର ଧସି ୩ ଜଣଙ୍କ ମୃତ୍ୟୁ

mahabharatanews

ତଦନ୍ତ ବାହାନାରେ ଡାକି ମାଡ ମାରିଲେ ପୋଲିସ ବାବୁ

mahabharatanews

Leave a Comment