ଓଡିଶା

ବନ୍ଦ ହେଲା ହୀରାକୁଦ ଗେଟ,ମଧ୍ୟମ ଧରଣର ବନ୍ୟା ଆଶଙ୍କା

(ହୀରାକୁଦ) :  ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । ଶାଖା ନଦୀରେ ପାଣି ବଢ଼ୁଥିବାରୁ ମହାନଦୀରେ ମଧ୍ୟ ପାଣି ବଢିଛି । ଏହି ସମୟରେ ତଳ ମୁଣ୍ଡରେ ପାଣି ନ କମିବା ଯାଏଁ ହୀରାକୁଦ୍ ର ଗେଟ୍ ଖୋଲାଯିବନି । ମହାନୀଦରେ ମଧ୍ୟମ ଧରଣର ବନ୍ୟା ନେଇ 6 ଟି ଜିଲ୍ଲାକୁ ସତର୍କ କରାଯାଇଛି ।  ଫଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି କୁହାଯାଇଛି । ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

ସୂଚନାନୁଯାୟୀ , ଦିନ ୩ଟା ସୁଦ୍ଧା ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ତଳମୁଣ୍ଡ ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ । ସେହିପରି ସେ କହିଛନ୍ତି ଯେ ତଳମୁଣ୍ଡରୁ ପାଣି ନ କମିବା ଯାଏଁ ହୀରାକୁଦର ଅଧିକ ଗେଟ ଖୋଲିବନାହିଁ । ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ହୀରାକୁଦ ଜଳସ୍ତର ଏବେ ୬୧୦  ଫୁଟ ଅଛି । ଏବେବି ଜଳସ୍ତର ବଢୁଛି । କିନ୍ତୁ ଏବେ ଆଉ ହୀରାକୁଦ ଗେଟ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Related posts

ଅନୁଗୁଳ ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର

mahabharatanews

ଝଡ଼ବର୍ଷାରେ ଭିଜିବ ୧୩ ଜିଲ୍ଲା  

mahabharatanews

୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!

mahabharatanews