ଓଡିଶା

ବଢିବ ତାତି 

(ଭୁବନେଶ୍ୱର) : ପୁଣି ଫେରିବ ଗ୍ରୀଷ୍ମପ୍ରବାହ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ରାଜ୍ୟରେ ଆସନ୍ତା ଦୁଇଦିନପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନାନୁଯାୟୀ , ମେ ୧୮ ଏବଂ ୧୯ ରେ ଓଡ଼ିଶାର ଅନେକ ଜିଲ୍ଲାରେ ହିଟ୍‌ୱେଭ୍ ସ୍ଥିତି ଅନୁଭବ କରିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ମେ ୧୮ ରେ ନୁଆପଡା, ବଲାଙ୍ଗୀର, ବରଗଡ ଏବଂ ଝାରସୁଗୁଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍‌ୱେଭ୍ ସ୍ଥିତି ଅନୁଭବ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ମେ ୧୯ ରେ ନୁଆପଡା, ବଲାଙ୍ଗୀର, ସୋନେପୁର, ବୌଦ୍ଧ, ବରଗଡ ଏବଂ ଝାରସୁଗୁଡା ଜିଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ହିଟ୍‌ୱେଭ୍ ସ୍ଥିତି ଅନୁଭବ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

Related posts

ପୁଅ ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ…

mahabharatanews

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ: ଆଜିବି କମ୍ପିପାରେ ବିଧାନସଭା !

mahabharatanews

ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ

mahabharatanews