ଭାରତ

ବିଜେପିରୁ ଇସ୍ତଫା ଦେଲେ ରମା ରଞ୍ଜନ ବଳିୟାର ସିଂ

(ପୁରୀ) : ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି।

ସୂଚନାନୁଯାୟୀ , ଶୁଣିବାକୁ ମିଳୁଛି ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଲୋକଙ୍କୁ ଅଣଦେଖା କରିଛି। ଏହା ମୋର ବ୍ୟକ୍ତିଗତ ଅଭିଯାଗ ନୁହେଁ ସମସ୍ତ ଜନସାଧାରଣଙ୍କ ଅସନ୍ତୋଷ। ବର୍ଷବର୍ଷ ଧରି ଦଳ ମୋ ଉପରେ ନ୍ୟସ୍ତ କରିଥିବା ସମସ୍ତ କାର୍ଯ୍ୟକୁ ଭଲ ଭାବେ ସମ୍ପାଦନ କରିବା ସତ୍ତ୍ବେ କ୍ରମାଗତ ଭାବେ ବିଧାନସଭା ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଜନସାଧାରଣ ଓ ମୋତେ ପ୍ରତାରିତ କରାଯାଇଥିବା କାରଣରୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Related posts

ଦିଲ୍ଲୀରେ ଘନ କୁହୁଡ଼ି, ୧୪୮ ବିମାନ ବାତିଲ୍

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews

ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଯଣା , ୭ ମୃତ

mahabharatanews