(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ଆଦିବାସୀ ହୋ-ଭାଷା ଲିପିର ଜନକ କୋଲଗୁରୁ ପଣ୍ଡିତ ଲାକୋ ବୋଦରାଙ୍କର ୩୪ତମ ପୁଣ୍ୟ ତିଥିରେ ରାଇରଙ୍ଗପୁର ଠାରେ ଆଦିବାସୀ ହୋ-ସମାଜ ମହାସଭା ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ସଭାରେ ହୋ-ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରାଯିବା ପାଇଁ ଯୋଗ ଦେଇଥିବା ସମସ୍ତ ନେତୃବୃନ୍ଦ ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ଅନିଳ ବିରୁଆ ଶ୍ରୀ ପ୍ରହ୍ଲାଦ ପୁର୍ତି ପୁର୍ବତନ ବିଧାୟକ, ଆଇନଜୀବୀ ଟିକୁନ ଜେରାଇ ଶ୍ରୀ ବିଜୟ ନାଏକ ଦମୋଦର ବାରଦା ପଟେଳ ବୋଦରା ଓ ଅନ୍ୟ କାର୍ମକର୍ତା ଉପସ୍ଥିତ ଥିଲେ ।
ପଣ୍ଡିତ ଲାକୋ ବୋଦରା ଝାଡଖଣ୍ଡର ପଶ୍ଚିମ ସିପ୍ସହଭୁମ ସ୍ଥିତ ପାସେୟା ଗାଁରେ ୧୯.୧୧.୧୯୧୯ରେ ଜନ୍ମଗ୍ରହଣ କରିଥିଲେ । ହୋ-ଭାଷା ଲିପିର ବିକାଶ ପାଇଁ ସେ ବାରପ୍ସଙ୍ଗ-ଚିତିଲିପିର ଆବିଷ୍କାର କରିଥିଲେ ଏବଂ ତାହାର ପ୍ରଚାର ପ୍ରସାର ପାଇଁ ଆଦି ସଂସ୍ଲୃତି ସଂସ୍ଥାନ ଝିପ୍ସକପାନୀ ଠାରେ ସ୍ଥାପନ କରିଥିଲେ। ଏହି ସଂସ୍ଥାନ ଆଜି ବି ହୋ-ସମାଜ-ଭାଷା ସାହିତ୍ୟ ପାଇଁ କାର୍ୟରତ ରହିଛି। ସୂଚନାଯୋଗ୍ୟ, ହୋ-ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୁଚୀରେ ସାମିଲ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରେ ଵାରମ୍ଵାର ଦାବି ହୋଇଆସୁଛି।
previous post
next post