ଜଳେଶ୍ୱର: ବସ୍ତା ବ୍ଲକ ନାଵରା ପଞ୍ଚାୟତ ନହଞ୍ଜରା ଅପର୍ତ୍ତି ପ୍ରଧାନ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ସିଂ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜୟ କୁମାର ବାରିକ ତାଙ୍କର ଶିକ୍ଷକତା ଜୀବନରୁ ଅଵସର ଗ୍ରହଣ କରିଛନ୍ତି।
ଏହି ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଅଵସର ପ୍ରାପ୍ତ ଶିକ୍ଷକ ପ୍ରାଣ କୃଷ୍ଣ ପ୍ରଧାନ ସଭାପତିତ୍ୱ କରିଥିବାବେଳେ, ମୁଖ୍ୟ ଅତିଥି ଭାବେ ବସ୍ତା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଆଧିକାରୀ ବିଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ନାଵରା ପଞ୍ଚାୟତର ସରପଞ୍ଚ ନଗେନ୍ଦ୍ର କୁମାର ସିଂ, ସମ୍ମାନିତ ଅତିଥି ଭାବେ ସିଂଲା ସିଆରସିସି ଚାନ୍ଦ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଦୁଇ ଶିକ୍ଷକଙ୍କୁ ମାନପତ୍ର, ପୁଷ୍ପ ଗୋଛ ସହିତ ଉତ୍ତରୀୟ ପ୍ରଦାନ କରିବା ସହିତ ତାଙ୍କ ନିଷ୍ଠା ଓ ଆଦର୍ଶ ଶିକ୍ଷକତା ଜୀବନ ବିଷୟରେ ଆଲୋକପାତ କରିଥିଲେ।
ରମେଶ ଚନ୍ଦ୍ର ଗିରି ଅତିଥି ପରିଚୟ ଦେଇଥିବାବେଳେ, ମୋ ସ୍କୁଲ ଅଭିଯାନର କମିଟି ପକ୍ଷରୁ ସୁରଥ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ମନ୍ମଥ ଅଣ୍ଡିଆ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା, ଅଭିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ, ସ୍କୁଲର ଶିକ୍ଷକ ଦିଲ୍ଲୀପ ପରିଡା ଧନ୍ୟବାଦ ଅର୍ପଣକରି ଥିଲେ।