ଓଡିଶା

ଇଡିରେ ହାଜର ହେଲେ ଅଭିଯୁକ୍ତ ଅର୍ଚ୍ଚନା ନାଗ

(ଭୁବନେଶ୍ୱର) : ଇଡିରେ ହାଜର ହେଲେ ହନିଟ୍ରାପ୍‌ ଅଭିଯୁକ୍ତ ଅର୍ଚ୍ଚନା ନାଗ । ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଇଡିରେ ହାଜର ହୋଇଛନ୍ତି । କେଉଁ ମାମଲାରେ ଉଭୟ ହାଜର ହୋଇଛନ୍ତି ଜଣାପଡି ନାହିଁ । ୧୪ମାସ ପରେ ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍‌ରୁ ବାହାରିଥିଲେ ଅର୍ଚ୍ଚନା ନାଗ ।

ସୂଚନାନୁଯାୟୀ ,ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଥିଲା ଜାମିନ । ୨ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇଥିଲେ । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ପରେ ସହଯୋଗୀ ଖଗେଶ୍ବରଙ୍କୁ ମଧ୍ୟ ବାନ୍ଧିଥିଲା ପୋଲିସ । ଏହି ମାମଲାର ତଦନ୍ତ ଇଡି ଦ୍ବାରା କରାଯାଇଥିଲା । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ବିଳାସପୂର୍ଣ୍ଣ କୋଠା ସମେତ ଖଗେଶ୍ୱରଙ୍କ କୋଠାକୁ ମଧ୍ୟ ଇଡି ଜବତ କରିଥିଲା ।

Related posts

୨୫ରେ ବଢିବ ବର୍ଷାର ପରିମାଣ 

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍‌ ସଭାପତି ଓ ସଂପାଦକ

mahabharatanews

ମିନି ଟ୍ରକକୁ ଧକ୍କା ଦେଲା କାର, ୪ ଆହତ

mahabharatanews