ଭାରତ

ହିମସ୍ଖଳନ ଯୋଗୁଁ ୨୫ ମୃତ,୮ ଆହତ

(ଆଫଗାନିସ୍ତାନ) : ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ଯୋଗୁଁ ଜନଜୀବନ ନଷ୍ଟ ହୋଇଯାଇଛି । ପୂର୍ବ ଆଫଗାନ ଅଧିନ ନୁରିସ୍ତାନରେ ହିମସ୍ଖଳନ ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସୀମାବର୍ତ୍ତୀ ନୁରିସ୍ତାନର ଟାଟିନ୍‌ ଉପତ୍ୟକାର ନାକ୍ରେ ଗାଁରେ ହିମସ୍ଖଳନ ଘଟିଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖପାତ୍ର ଜନନ ସୟେଦ୍‌ ଏନେଇ ସୂଚନା ଦେଇ କହିଛନ୍ତି ଯେ ଏହି ଏହି ହିମସ୍ଖଳନରେ ୨୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ୨୦ଟି ଘର ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି।

Related posts

ଦେଶରେ ଦେଶରେ ୬,୫୬୧ ଆକ୍ରାନ୍ତ ଚିହ୍ନଟ ଓ ୧୪୨ ଜଣ ମୃତ

mahabharatanews

ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ସାମୟିକ ଛୁଟି

mahabharatanews

ମୁଖ୍ୟମନ୍ତ୍ରୀ ହେବା ପାଇଁ ଆବଶ୍ୟକ ୫୦୦ କୋଟି : ନବଜୋତ କୌର ସିଦ୍ଧୁ

mahabharatanews