ମନୋରଞ୍ଜନ

ପ୍ରେମିକଙ୍କ ସହ ରୋମାଣ୍ଟିକ ମୁଡ଼ରେ ହ୍ରିତିକଙ୍କ ପୂର୍ବ ପତ୍ନୀ

(ମୁମ୍ବାଇ) : ବଲିଉଡ୍ ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ପୂର୍ବ ପତ୍ନୀ ସୁଜେନ୍‌ ଖାନ୍‌ ଆଜିକାଲି ତାଙ୍କ ପ୍ରେମିକ ଅର୍ସନାଲ୍‌ ଗୋନିଙ୍କ ସହ ରୋମାଣ୍ଟିକ ସମୟ ବିତାଉଥିବାର ନଜର ଆସିଛନ୍ତି । ଛାଡ଼ପତ୍ର ପରେ ଉଭୟ ହ୍ରିତିକ୍‌ ଓ ସୁଜେନ୍‌ ପରସ୍ପରଙ୍କ ଜୀବନରେ ଆଗକୁ ବଢ଼ି ସାରିଛନ୍ତି।

ସୂଚନାନୁଯାୟୀ ,ନିକଟରେ ସୁଜେନ୍‌ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଯେଉଁଥିରେ ସେ ତାଙ୍କ ପ୍ରେମିକଙ୍କ ସହ ଏକଦମ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି। ଅର୍ସନାଲଙ୍କ ବାହୁରେ ବାହୁ ଛନ୍ଦି ଖୁବ୍‌ ସୁନ୍ଦର ଦିଶୁଛନ୍ତି ସୁଜେନ। ଫଟୋ ପୋଷ୍ଟ୍‌ କରି ସୁଜେନ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ତୁମେ ହିଁ ମୋ ଘର ଅର୍ସନାଲ୍‌’’। ତା’ପରେ ସେ ବହୁତଗୁଡ଼ିଏ ହାର୍ଟ ଇମୋଜି ବି ପୋଷ୍ଟ୍‌ କରିଛନ୍ତି। ଆପଣ ଜାଣିିଥିବେ ନିଶ୍ଚୟ ଯେ ସୁଜେନ ପ୍ରେମିକ ଅର୍ସନାଲ୍‌ଙ୍କୁ ପ୍ରାୟ ୨ ବ‌ର୍ଷ ହେଲା ଡେଟିଂ କରୁଛନ୍ତି।

Related posts

ଧମାଲ ମଚାଉଛି ଫିଲ୍ମ ‘ ସାଲାର’

mahabharatanews

୨୦୦ କୋଟି ଆୟ କଲା ଫିଲ୍ମ ‘ଫାଇଟର୍’

mahabharatanews

ଯାଦୁର ମା’ଭାବେ ଟ୍ରୋଲ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ

mahabharatanews