ମନୋରଞ୍ଜନ

ପ୍ରେମିକଙ୍କ ସହ ରୋମାଣ୍ଟିକ ମୁଡ଼ରେ ହ୍ରିତିକଙ୍କ ପୂର୍ବ ପତ୍ନୀ

(ମୁମ୍ବାଇ) : ବଲିଉଡ୍ ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ପୂର୍ବ ପତ୍ନୀ ସୁଜେନ୍‌ ଖାନ୍‌ ଆଜିକାଲି ତାଙ୍କ ପ୍ରେମିକ ଅର୍ସନାଲ୍‌ ଗୋନିଙ୍କ ସହ ରୋମାଣ୍ଟିକ ସମୟ ବିତାଉଥିବାର ନଜର ଆସିଛନ୍ତି । ଛାଡ଼ପତ୍ର ପରେ ଉଭୟ ହ୍ରିତିକ୍‌ ଓ ସୁଜେନ୍‌ ପରସ୍ପରଙ୍କ ଜୀବନରେ ଆଗକୁ ବଢ଼ି ସାରିଛନ୍ତି।

ସୂଚନାନୁଯାୟୀ ,ନିକଟରେ ସୁଜେନ୍‌ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଯେଉଁଥିରେ ସେ ତାଙ୍କ ପ୍ରେମିକଙ୍କ ସହ ଏକଦମ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି। ଅର୍ସନାଲଙ୍କ ବାହୁରେ ବାହୁ ଛନ୍ଦି ଖୁବ୍‌ ସୁନ୍ଦର ଦିଶୁଛନ୍ତି ସୁଜେନ। ଫଟୋ ପୋଷ୍ଟ୍‌ କରି ସୁଜେନ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ତୁମେ ହିଁ ମୋ ଘର ଅର୍ସନାଲ୍‌’’। ତା’ପରେ ସେ ବହୁତଗୁଡ଼ିଏ ହାର୍ଟ ଇମୋଜି ବି ପୋଷ୍ଟ୍‌ କରିଛନ୍ତି। ଆପଣ ଜାଣିିଥିବେ ନିଶ୍ଚୟ ଯେ ସୁଜେନ ପ୍ରେମିକ ଅର୍ସନାଲ୍‌ଙ୍କୁ ପ୍ରାୟ ୨ ବ‌ର୍ଷ ହେଲା ଡେଟିଂ କରୁଛନ୍ତି।

Related posts

 ଖ୍ରୀଷ୍ଟମାସରେ ରିଲିଜ ହେବ ମିଥୁନଙ୍କ ସିନେମା ‘କାବୁଲିୱାଲା’ 

mahabharatanews

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews

ଦୀପିକାଙ୍କ ବେବିବମ୍ପ ଫଟୋସୁଟ

mahabharatanews