ମନୋରଞ୍ଜନ

OTT’ପ୍ଲାଟଫର୍ମରେ ଧମାଲ କରୁଛି ଫିଲ୍ମ ‘ଫାଇଟର୍’

(ମୁମ୍ବାଇ) : ଥିଏଟର ପରେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍’ ବର୍ତ୍ତମାନ OTT’ପ୍ଲାଟଫର୍ମରେ ଧମାଲ କରିବ  ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଫାଇଟର୍’ ଚଳିତ ବର୍ଷ ଆରମ୍ଭରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା ।

ସୂଚନାନୁଯାୟୀ , ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ଏହି ସିନେମା ରିଲିଜ୍ ହେବା ଅପେକ୍ଷାରେ । ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘ଫାଇଟର୍’ ବକ୍ସ ଅଫିସରେ ଭଲ ଆୟ କରିଥିଲା । ବର୍ତ୍ତମାନ ଏହି ହିନ୍ଦୀ ସିନେମାର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଯାଇଛି । ଏହି ଖବର ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣ ବୃଦ୍ଧି କରିଦେଇଛି । ନିକଟରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରଟି OTT’ରେ ରିଲିଜ୍ ହେବା ନେଇ ସୂଚନା ଦେଇଥିଲେ । OTT ପ୍ଲାଟଫର୍ମ ନେଟଫ୍ଲିକ୍ସର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଚଳଚ୍ଚିତ୍ର ସମ୍ବନ୍ଧରେ ଏକ ବଡ ଅପଡେଟ୍ ଦିଆଯାଇଥିଲା । ଅର୍ଥାତ୍ ବର୍ତ୍ତମାନ ଆପଣ ନେଟଫ୍ଲିକ୍ସରେ ଏବେ ଫାଇଟର୍ ଦେଇପାରିବେ । ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ୨୦ ମାର୍ଚ୍ଚ ୨୦୨୪ରେ ମଧ୍ୟରାତ୍ରିରେ ମୁକ୍ତିଲାଭ କରିଛି ।

Related posts

ମୌନୀଙ୍କ କାନ୍ସ ଲୁକ ହେଲା ଭାଇରାଲ

mahabharatanews

ଚର୍ଚାରେ ଶ୍ରଦ୍ଧା କପୁରଙ୍କ ପ୍ରେମିକ  

mahabharatanews

ସରିଲା ନିର୍ବନ୍ଧ

mahabharatanews