Uncategorizedଓଡିଶା

୧୫ ଦିନରେ ଦରମା ଦିଅ ନ ହେଲେ ୯% ସୁଧ ଗଣିବ

କାର୍ଯ୍ୟ ସମ୍ପାଦନ କରିବା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦରମା ଅଟକାଇ ରଖିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ମାନ୍ୟବର ହାଇକୋର୍ଟ ରାୟରେ ପ୍ରକାଶ କରି ଅଙ୍ଗନବାଡି କର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ବକେୟା ଦରମା ନ ଦେବେ ତେବେ ସୁଧ ଦେବା ନିଶ୍ଚୟ ବୋଲି କହିଛନ୍ତି ହାଇକୋର୍ଟ । ବାର୍ଷିକ ୯ ପ୍ରତିଶତ ସୁଧ  ସରକାରୀ ଅଧିକାରୀମାନେ ଗଣିବେ ବୋଲି ହାଇକୋର୍ଟ କହିଛନ୍ତି ।

ଆବେଦନକାରୀ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରଥମଖଣ୍ଡି ଗ୍ରାମ ପଞ୍ଚାୟତର ୬ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଗତବର୍ଷ ଜୁଲାଇ ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ଦରମା ପ୍ରଦାନ କରାଯାଇ ନଥିଲା । ବାରମ୍ବାର ବିଭିନ୍ନ ସରକାରୀ ଅଫିସରେ ଦରମା ପ୍ରଦାନ ସମ୍ପର୍କରେ  ଆବେଦନ କରିବା ସତ୍ତ୍ୱେ କୌଣସି ନିଷ୍କର୍ଷ ମିଳି ନଥିଲା ଯାହା ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମମାଲାକୁ ଗୁରୁତ୍ୱର ସହ ନେଇ ଆବଦେନକାରୀଙ୍କୁ ତ୍ୱରିତ ସମୟ ମଧ୍ୟରେ ବାକି ଦରମା ପ୍ରଦାନ କରିବାକୁ ରାୟରେ ପ୍ରକାଶ କରିଛନ୍ତି ।

ମାନ୍ୟବର ହାଇକୋର୍ଟ ରାୟରେ ଉଲ୍ଲଲେଖ କରି କହିଛନ୍ତି ଏହି ମାମଲାରେ ସରକାରଙ୍କ ଆଚରଣ ଆଦର୍ଶ ନିଯୁକ୍ତି ଦାତା ଭଳି ହେବା ଉଚିତ । ଯାହାଦ୍ୱାରା ସମସ୍ତ କର୍ମଚାରୀଙ୍କ ଭରସା ସରକାରଙ୍କ ଉପରେ ରହିବ । କର୍ମଚାରୀଙ୍କୁ ତାଙ୍କର ଦରମାରୁ ବଞ୍ଚିତ କରିବା ତାଙ୍କର ଜୀବିକା ନିର୍ବାହ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଯାହା ସାମ୍ବିଧାନିକ ଅଧିକାରର ସିଧାସଳଖ ଉଲ୍ଲଘଂନ କୁ ଦର୍ଶାଉଛି ।

Related posts

ଡେଙ୍ଗୁ ପାଇଁ ସତର୍କତା ଅବଲମ୍ବନ କରିବାକୁ ବିଏମ୍ସିର ପରାମର୍ଶ

mahabharatanews

ଦେଶରେ କୋରୋନା ପରୀକ୍ଷା ପାଇଁ ୧୫ ଲାବ ସ୍ଥାପିତ

mahabharatanews

ବିଲରୁ ପଡିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

mahabharatanews